Home ଜିଲ୍ଲା ପରିକ୍ରମା ନୂତନ ମେଡିକାଲରେ ଏମଆରଆଇ ମେସିନ୍ ପ୍ରତିଷ୍ଠା ଦାବି

ନୂତନ ମେଡିକାଲରେ ଏମଆରଆଇ ମେସିନ୍ ପ୍ରତିଷ୍ଠା ଦାବି

19

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଦର ହସ୍ପିଟାଲ ଗେଲପୁର ଠାରେ ଏମସ ଭଳି ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଗୌରବ ବୃଦ୍ଧି ସହ ହଜାର ହଜାର ରୋଗୀଙ୍କୁ ସେବା ଯୋଗାଇ ଦେଉଥିବା ସ୍ଥଳେ ଏକ୍ସରେ, ସିଟିସ୍କାନ, ଅଲଟ୍ରା ସାଉଣ୍ଡ, ଡାଏଲିସିସ ସୁବିଧା ଯୋଗାଇ ଦିଆଯାଇଛି। କିନ୍ତୁ ଏମ.ଆର.ଆଇ ପାଇଁ ଉକ୍ତ ହସ୍ପିଟାଲ ରେ କକ୍ଷ ତିଆରି ହୋଇଥିବା ବେଳେ ସରକାର ଙ୍କ ତରଫରୁ ଏମ ଆର ଆଇ ମେସିନ ଯୋଗାଇ ଦିଆଯାଇନାହିଁ। ଏଥିପାଇଁ ସାଧାରଣ ରୋଗୀ ଟିଏ ଖର୍ଚ୍ଚାନ୍ତ ହୋଇ କଟକ ବଡ଼ ମେଡିକାଲକୁ ବାଧ୍ୟ ହୋଇ ପରୀକ୍ଷା କରିବାକୁ ଧାଉଁଛି। ଉକ୍ତ ଜିଲ୍ଲା ହସ୍ପିଟାଲ ଟି ମଧ୍ୟ ଏନ ଏଚ ୧୬ ଠାରୁ ମାତ୍ର ଅଧା କିଲୋମିଟର ହୋଇଥିବାରୁ ଦୁର୍ଘଟଣା ଜନିତ ରୋଗୀଙ୍କୁ ଏହି ସେବା ତୁରନ୍ତ ମିଳିଗଲେ ନିରୀହ ରୋଗୀଙ୍କ ଜୀବନ ବଂଚି ପାରନ୍ତା। ଏ ବାବଦରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଆମ ଜିଲ୍ଲାର ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ସଦର ବିଧାୟକ ଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି। ଭଦ୍ରକ ଜିଲ୍ଲାର ଜନସାଧାରଣ ଙ୍କ ବୃହତର ସ୍ୱାର୍ଥ କୁ ପୂରଣ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଭଦ୍ରକ ଜିଲା ବରିଷ୍ଠ ନାଗରିକ ମହାସଂଘ ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାପାତ୍ର , ଡା ରବୀନ୍ଦ୍ର କୁମାର ନାୟକ,ଲଲାଟେନ୍ଦୁ ମହାନ୍ତି, କୈଳାଶ ଚନ୍ଦ୍ର ମହାପାତ୍ର, ପଦ୍ମନ କୁମାର ରାୟ, ଅଜୟ କୁମାର ନାୟକ,ଶାନ୍ତନୁ କୁମାର ରାଉତ, ଦିଲ୍ଲୀପ ନାୟକ, ସୁଧାକର ରାଉତ ପ୍ରମୁଖ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.