Home ଜିଲ୍ଲା ପରିକ୍ରମା ମା’ମଙ୍ଗଳାଙ୍କ ବାର୍ଷିକ ପୂଜା ଉତ୍ସବ ପାଳିତ

ମା’ମଙ୍ଗଳାଙ୍କ ବାର୍ଷିକ ପୂଜା ଉତ୍ସବ ପାଳିତ

19

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ପନ୍ଦାଡ଼ୋ଼ ଗ୍ରାମରେ ମା’ମଙ୍ଗଳାଙ୍କ ୪୯ ତମ ମଙ୍ଗଳା ବ୍ରତ ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମ ପୁଷ୍କରଣୀରୁ କଳସ ଘଟୋ ଉତୋଳନ କରାଯାଇ ଗ୍ରାମ ପରିକ୍ରମା ପରେ ପୀଠ ସ୍ଥଳକୁ ଅଣା ଯାଇଥିଲା! ମା’ଙ୍କୁ ଆବାହନ କଲାପରେ ପୂଜକ ବୈଦନାଥ ଦାସ ଚଣ୍ଡୀପାଠ କରିଥିଲେ ଓ ମାନସିକ ଧାରୀ ସଂକଳ୍ପ କଲା ପରେ ହୋମଯଜ୍ଞ , ସନ୍ଧ୍ୟା ଆଳତୀ ଓ ମଙ୍ଗଳା ସ୍ତୁତି ପଠନ କରାଯାଇଥିଲା । ପରିଶେଷରେ ପୂର୍ଣ୍ଣାହୁତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ରହି ମା’ଙ୍କ ଆଶ୍ରିବାଦ ପ୍ରାପ୍ତ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାଇ ପ୍ରଥମେ ଏହି ମଙ୍ଗଳା ପୂଜା ସ୍ୱର୍ଗତ ଦୁର୍ଯ୍ୟୋଧନ ଦାସ ଓ ତାଙ୍କ ପତ୍ନୀ ସଖି ଦାସଙ୍କ ସହଯୋଗରେ ଦୀର୍ଘ ୪୯ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ପରେ ତାଙ୍କ ପୁତ୍ର କୁଳମଣି ଦାସ ଓ ପତ୍ନୀ କନକଲତା କର୍ତା କାର୍ଯ୍ୟ ତୁଲାଇ ଥିବାବେଳେ କମିଟି ସଭାପତି ପଂଚାନନ ଦାସ,ଉପସଭାପତି ମହେନ୍ଦ୍ର ଦାସ,ସମ୍ପାଦକ ସନାତନ ମଲ୍ଲିକ,ସହ ସମ୍ପାଦକ କୁଳମଣି ଦାସ, ସଦସ୍ୟ ମହେନ୍ଦ୍ର ମଲ୍ଲିକ,ରୀନାରାଣୀ ମଲ୍ଲିକ,ମଧୁସୂଦନ ଦାସ,ଲକ୍ଷ୍ମଣ କୁମାର ଦାସ,ନୀଳମଣି ଦାସ,ଦୁଃଶାସନ ଦାସ ମଳୟ ଦାସ,ସଂଯୁକ୍ତା ଦାସ,ଜୁଳି ଦାସ,ଶାନ୍ତିଲତା ଦାସ,କନକ ଲତା ଦାସ,ଅନିତା ଦାସ ,ରେବତୀ ମଳିକ,ସସ୍ମିତା ଦାସ,ଆରତୀ ମଳିକ,ଶାନ୍ତିଲତା ମଳିକ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଅର୍ଜୁନ ପଣ୍ଡାଙ୍କ ତତ୍ୱାବଧାନରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀ ପୃଷ୍ଟି,ଗୀତାରାଣୀ ପୃଷ୍ଟି,ସୁକାନ୍ତି ପୃଷ୍ଟି,କମଳା ପୃଷ୍ଟି,କୁନ୍ତଳା ସାହୁ,ଲକ୍ଷ୍ମୀ ପ୍ରିୟା ଦାସ,ବର୍ଷା ରାଣୀ ପୃଷ୍ଟି ପ୍ରମୁଖ ପୂଜାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.