Home ଜିଲ୍ଲା ପରିକ୍ରମା କମଳା କୁମାରୀ ରାଉତଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ ସଭା

କମଳା କୁମାରୀ ରାଉତଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ ସଭା

7

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ନିକଟସ୍ଥ କୁଶୁନନଗର ଠାରେ ଅବସ୍ଥିତ କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା କମଳା କୁମାରୀ ରାଉତଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ନାୟକଙ୍କ ଦ୍ୱାରା ମଙ୍ଗଳାଚରଣ ପାଠ କରାଯାଇ ସଭା ଆରମ୍ଭ ହୋଇଥିଲା। ଏଥିରେ ପ୍ରବଚକ ଚିତରଂଜନ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତାଙ୍କର ଆତ୍ମାର ସଦ୍‌ଗତି ନିମିତ ବେଦ ପାଠ କରିଥିଲେ। ସମାଜ ସେବୀ ଯୁଧିଷ୍ଠିର ପଣ୍ଡା ଏବଂ ଅନୁଷ୍ଠାନର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ଜଇରାମ ଜେନା, ଭୀମଚରଣ ସାମଲ ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନର ପ୍ରତିଷ୍ଠା ସମୟରେ ତାଙ୍କର ଅବଦାନ ସଂକ୍ରାନ୍ତରେ ସ୍ମୃତିଚାରଣ କରିଥିଲେ। ପୂର୍ବତନ ଦଇସିଂ ସରପଂଚ ସୁଦାମ ଚରଣ ପ୍ରଧାନ ବକ୍ତବ୍ୟ ରଖିଥିଲେ। କର୍ମଚାରୀ ରମେଶ ଚନ୍ଦ୍ର ନାୟକ, ଟି. ବିଜୟା, ଭରତ ଚନ୍ଦ୍ର ଜେନା, ସୁଦର୍ଶନ ପ୍ରଧାନ ଓ ସବିତା ଘଡାଇ ସଭାଟିକୁ ପରିଚାଳନା କରିଥିଲେ। ଅଧ୍ୟାପିକା ପ୍ରତିଜ୍ଞା ପଣ୍ଡା ଧନ୍ୟବାଦ ଦେଇଥିଲେ। ଶେଷରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ଲିମ୍ବ ଗଛ ଓ ତୁଳସୀଗଛ ରୋପଣ ହୋଇଥିଲା। ତାଙ୍କର ଦେହାନ୍ତରେ ଏହି ଅନୁଷ୍ଠାନର ଅପୂରଣୀୟ କ୍ଷତି ହୋଇଗଲା ବୋଲି ଆଲୋଚନା କରିଥିଲେ। ଏହି ସଭାରେ ଏହି ଅନୁଷ୍ଠାନର ଅଧ୍ୟାପକ ଅଶ୍ୱନୀ କୁମାର ପୁହାଣ, ଘନଶ୍ୟାମ ସାହୁ, ରମେଶ ଚନ୍ଦ୍ର ଖୁଂଟିଆ ବକ୍ତବ୍ୟ ମାଧ୍ୟମରେ ତାଙ୍କର ସ୍ମୃତି ଚରଣ କରିଥିଲେ। ଛାତ୍ରୀମାନଙ୍କ ମଧ୍ୟରୁ କୁମାରୀ ଦିପ୍ତିମୟୀ ମହାନ୍ତି କବିତା ପାଠ କରିଥିଲେ ଏବଂ କୁମାରୀ ଲକ୍ଷ୍ମିପ୍ରିୟା ମହାପାତ୍ର କବିତା ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.