Home ଜିଲ୍ଲା ପରିକ୍ରମା ଗୁଆମାଳ କୁମାରପୁରରେ ମା’ ବଡ଼ମ୍ବା, ବୁଢ଼ୀଝିଅ ଓ ମା’ ମଙ୍ଗଳାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଗୁଆମାଳ କୁମାରପୁରରେ ମା’ ବଡ଼ମ୍ବା, ବୁଢ଼ୀଝିଅ ଓ ମା’ ମଙ୍ଗଳାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

17

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଅଧୀନ କୁମାରପୁର ଗ୍ରାମରେ ମା’ ବଡ଼ମ୍ବା, ବୁଢ଼ୀଝିଅ ଓ ମା’ ମଙ୍ଗଳାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହେଉଛି। ଶନିବାର ଅଧିବାସ, ଅଙ୍କୁରାରୋପଣ, ରବିବାର ୧୦୮ କଳସ ଶୋଭାଯାତ୍ରା, ସୋମବାର ବିଗ୍ରହ ପ୍ରତିଷ୍ଠା, ନ୍ୟାସ, ଆହୂତି ଓ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ତା ଭାବେ ଚନ୍ଦ୍ରକାନ୍ତ ଜେନା, ପତ୍ନୀ ଗୀତାଂଜଳି ଜେନା, ପୁରୋହିତ ଭାବେ ମଦନ ମୋହନ ସେନାପତି, ପ୍ରଶାନ୍ତ ପଣ୍ଡା, ଘନଶ୍ୟାମ ଦାଶ, ମୁକ୍ତିକାନ୍ତ ନାୟକ, ମନୋରଂଜନ ପଣ୍ଡା, କରୁଣାକର ଦାଶ, ଶଶି ଶେଖର ମହାପାତ୍ର ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ତିନିଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ତିନି ଠାକୁରାଣୀ ୩୦୦ ବର୍ଷ ଧରି ଗ୍ରାମରେ ପୂଜା ପାଇ ଆସୁଛନ୍ତି। ପ୍ରଥମେ ପୂର୍ବପୁରୁଷମାନେ ଏକ କଳସ ବସାଇ ପୂଜା ଆରମ୍ଭ କରିଥିଲେ। ପରେ ଚାଳଛପର ମନ୍ଦିରରେ ୩ଠାକୁରାଣୀ ପୂଜା ପାଇ ଆସୁଥିଲେ। କିଛିଦିନ ପୂର୍ବରୁ ଦେବୀମାନଙ୍କର ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ତିନି ଦେବୀଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ସମାଜସେବୀ ସୁରେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ସରପଂଚ ପ୍ରଦୀପ ପଣ୍ଡା, ଡା. ପ୍ରଣବ ମହାନ୍ତି, ଶଶିକାନ୍ତ ଜେନା, ସଂଜୀବ ଜେନା, ରୋହିତ ଜେନା, ବନମାଳି ଜେନା, ନୃସିଂହ ଜେନା, ପ୍ରଭାତ ଜେନା, ହୃଷିକେଶ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ବାବୁରାମ ଜେନା, ବୁବୁନ ଜେନା, ଶରତ ଜେନା, ହରେକୃଷ୍ଣ ଜେନାଙ୍କ ସମେତ ଗ୍ରାମବାସୀ ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.