Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

16

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ। ୨୦୧୧ ମସିହାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । +୨ ରେ ଦୁଇଥର ( ପ୍ରଥମେ +୨ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ପରେ +୨ଧନ୍ଦାମୂଳକ ଓ ଉପଶାସ୍ତ୍ରୀ) ପାସ୍ କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ବିରୁଦ୍ଧରେ ବହୁ ମେଧାବୀ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚତମ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ଭଦ୍ରକ ଶିକ୍ଷା ବିଭାଗ ସେମାନଙ୍କୁ ସର୍ତମୂଳକ ଭାବେ ନିଯୁକ୍ତି ଦେଇଥିଲେ । ଜିଲ୍ଲାରେ ଶହେରୁ ଅଧିକ ଶିକ୍ଷକ ଏହିଭଳି ଭାବେ + ୨ରେ ଦୁଇ ଥର ପାସ୍ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରିଆସୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ସି.ଆ.ର୍ସି.ସି. ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଚଂଚକତା କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କୁ ମେଧା ତାଲିକାରୁ ବାଦ୍ ଦେଇ ଆଶାୟୀ ଶିକ୍ଷା ସହାୟକମାନଙ୍କର ନାମ ପୂନର୍ବାର ମେଧା ତାଲିକାରେ ପ୍ରକାଶ ପାଇଁ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟା ଗତ ୨୮.୦୭.୨୦୨୪ ମଧ୍‌ଯରେ ଶେଷ କରିବା ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସି ରହିଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ଆଜି ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି କହିଛନ୍ତି ଆଶାୟୀ ଶିକ୍ଷକ ଏବଂ ଯଦି ଉଚିତ ନ୍ୟାୟ ନମିଳେ ତେବେ ଶେଷରେ ନିଜକୁ ଆତ୍ମାହୁତି ଦେବାନେଇ ମଧ୍ୟ କହିଛନ୍ତି ଧାରଣା ରେ ବସିଥିବା ଆଶାୟୀ ଶିକ୍ଷକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.