ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଭଦ୍ରକ ଟାଉନ ହଲ ରେ “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ’ର ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସକାଳ ୯ଘଟିକା ରେ ସଂଘ ପତାକା ଉତୋଳନ ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ସୁଭାଯତ୍ରା ରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ମହତାବ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଙ୍କ ସମେତ ପୂର୍ବତନ ମହାସଚିବ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଓ ପୂର୍ବତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ମତାମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ସମ୍ବର୍ଦ୍ଧିତ ଶିକ୍ଷକ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ ତିହିଡିରୁ ରମାମଣୀ ବେହେରା, ନମିତା କୁମାରୀ ତ୍ରିପାଠୀ, ଭଣ୍ଡାରିପୋଖରୀରୁ ଶାନ୍ତିଲତା ଜେନା, ବନ୍ତରୁ ନକୁଳ ଚରଣ ବାରିକ, ବାସୁଦେବପୁରରୁ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଧାମନଗରରୁ ଦେବେନ୍ଦ୍ର ପ୍ରସାଦ ବସନ୍ତିଆ, ଭଦ୍ରକରୁ ଶ୍ରୀଧର ଜେନା, ରବୀନ୍ଦ୍ର କୁମାର ଦାସ, ଚାନ୍ଦବାଲିରୁ ସୁଦର୍ଶନ ସାମଲ ଓ ଧାମନଗରରୁ ପୂର୍ଣ୍ଣଚନ୍ଦ୍ର ନାୟକ । ଆଜିର କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ଦାବୀ ପତ୍ର ମାଧ୍ୟମରେ ଉପସ୍ଥାପନା କରିଥିଲେ ଜିଲ୍ଲା ସଂଗଠନର ସଂଗଠନ ସମ୍ପାଦକ ରୂପେଶ କୁମାର ସାହୁ। ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ ଜିଲ୍ଲା ସଂଗଠନର ସଂଯୋଜକ ଚିତ୍ରଭାନୁ ଦାସ, ଅତିଥି ପରିଚୟ ପ୍ରଦାନ କରିଥିଲେ କୋଷଦକ୍ଷ ଗିରିଧାରୀ ଚାନ୍ଦ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ସମୀର କୁମାର ଜେନା। ଆଜିର କାର୍ଯ୍ୟକ୍ରମ ରେ ତିହିଡି ବ୍ଲକ୍ ସମ୍ପାଦକ ରମାକାନ୍ତ ଦାସ, ସଭାପତି ମାୟାଧର ସାହୁ, ଶ୍ରୀନାଥ ମାଲିକ, ବଂଶୀଧର ଦାସ, ଭଦ୍ରକ ବ୍ଲକ୍ ସଭାପତି ଅରୁଣ ମଲ୍ଲିକ, ସମ୍ପାଦକ ରାଜେଶ ଦାସ, ବନ୍ତ ବ୍ଲକ୍ ସଭାପତି ଗୌରୀଶଙ୍କର ସରୋଜ କୁମାର ଜେନା ,ସମ୍ପାଦକ ମଙ୍ଗରାଜ ଧର୍ମେନ୍ଦ୍ର ନାରାୟଣ ଜେନା, ଧାମନଗର ବ୍ଲକ ସଭାପତି ସତ୍ୟବ୍ରତ ରାଉତ , ସମ୍ପାଦକ ସନ୍ତୋଷ ଲେଙ୍କା, ବାସୁଦେବପୁର ବ୍ଲକ ସଭାପତି ରମ୍ଭମନି ପଣ୍ଡା, ସମ୍ପାଦକ ଶାନ୍ତନୁ ପଳିତା, ଚାନ୍ଦବାଲି ବ୍ଲକ ଉପ ସଭାପତି ନିରାକାର ବେହେରା, ସମ୍ପାଦକ ଶଶିକାନ୍ତ ସାହୁ, ଭଣ୍ଡାରିପୋଖରୀ ବ୍ଲକ୍ ସଭାପତି ପ୍ରସନ୍ନ କୁମାର ରଥ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ, କାର୍ତିକ ଚନ୍ଦ୍ର ସ୍ୱାଇଁ, ଶଶଧର ନାୟକ, ମନୋରଞ୍ଜନ ନାୟକ, ବାବୁଲା ରାଉତ, ଭାସ୍କର ଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ଦାସ, ନାରାୟଣ ମଲ୍ଲିକ।ସଭାକାର୍ଯ୍ୟ ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ଅବଦୁଲ ରବ।