Home ଜିଲ୍ଲା ପରିକ୍ରମା ଘଂଟେଶ୍ୱର ୟୁକୋ ବ୍ୟାଙ୍କ ରେ ଜାଲିଆତି, ଘଟଣା ୧୫ ଦିନ ପରେ ମଧ୍ୟ ସମସ୍ତ ଅଧିକାରୀ...

ଘଂଟେଶ୍ୱର ୟୁକୋ ବ୍ୟାଙ୍କ ରେ ଜାଲିଆତି, ଘଟଣା ୧୫ ଦିନ ପରେ ମଧ୍ୟ ସମସ୍ତ ଅଧିକାରୀ ଚୁପ, ଏଭଳି ନକଲି ସୁନା କେତେ ପରିମାଣରେ ବ୍ୟାଙ୍କରେ ଗଚ୍ଛିତ ଅଛି! , ପୁଲିସ ପ୍ରଶାସନ ସବୁ ଜାଣିଶୁଣି ନୀରବ କାହିଁକି! ସଂପୃକ୍ତ ବ୍ୟକ୍ତି ମାଡ ଖାଇବା ପଛରେ କାହାର ହାତ ଅଛି!

5

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ୟୁକୋ ବ୍ୟାଙ୍କରେ ଜାଲିଆତି ଘଟଣାକୁ ଦୀର୍ଘ ୧୫ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କ କର୍ତୁପକ୍ଷ କାହାରିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏହି ଜାଲିଆତି ରେ ବ୍ୟାଙ୍କ ପରିଚାଳକଙ୍କ ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ ପାଇଛି।। ଜଣେ ଗ୍ରାହକ ସାଜି ଆସି ଘଂଟେଶ୍ୱର ୟୁକୋ ବ୍ୟାଙ୍କରେ ୧୨୦ଗ୍ରାମର ଚକମକ ପଦାର୍ଥ ଦେଇ ୫ଲକ୍ଷ ଟଙ୍କା ଲୋନ ନେଇଥିଲେ। ମାତ୍ର ସଂପୃକ୍ତ ଗ୍ରାହକଙ୍କ ବ୍ୟାଙ୍କରେ ଆକାଉଂଟ ନଥିବା ବେଳେ ଜଣେ ମଧ୍ୟସ୍ଥି ଜରିଆରେ ସଂପୃକ୍ତ ବ୍ୟକ୍ତି ଏହି କାରବାର କରିଥିଲେ। ବ୍ୟାଙ୍କ ସମୟ ଅତିକ୍ରାନ୍ତ ହୋଇଥିବା ବେଳେ ବ୍ୟାଙ୍କ ଶାଖା ପରିଚାଳକ କିପରି ଏହି ମଧ୍ୟସ୍ଥି ଙ୍କ କଥାରେ ପଡି ସୁନା କୁ ନ ପରଖି ୫ଲକ୍ଷ ଟଙ୍କା ଲୋନ ଦେଲେ ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।ଅନ୍ୟ ପକ୍ଷରେ ପରଦିନ ପୁନଶ୍ଚ ସେହି ଗ୍ରାହକ ପରଦିନ ଆସି ପୁନଶ୍ଚ ସେହି ଚକମକ ପଦାର୍ଥ ଦେଇ ପୁନଶ୍ଚ ଲୋନ ନେବାକୁ ସଂପୃକ୍ତ ଦଲାଲଙ୍କୁ କହିଲେ ତାହା ମଦ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ସଂପୃକ୍ତ ଦଲାଲ ଦ୍ୱିତୀୟ ଦିନରେ ଗ୍ରାହକ ସାଜି ଆସିଥିବା ବ୍ୟକ୍ତିଙ୍କ ସୁନାକୁ ଅନ୍ୟ ଜଣେ ସୁନା ଦୋକାନୀ ପାଖରେ ପରୀକ୍ଷା କରିବାରୁ ତାହା ନକଲି ସୁନା ବୋଲି ସଂପୃକ୍ତ ବଣିଆ କହିଥିଲେ। ଏଠାରେ ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ପ୍ରଥମ ଦିନ ଏହି ସୁନା କୁ ପରୀକ୍ଷା କରିଥିବା ବଣିଆ କୁ ଦ୍ୱିତୀୟ ଦିନରେ ପରୀକ୍ଷା କରିବାକୁ ନଦେଇ ଅନ୍ୟ ଜଣେ ବଣିଆକୁ ପରୀକ୍ଷା କରିବାକୁ ଦେଲେ କାହିଁକି? କଣ ବ୍ୟାଙ୍କ ପରିଚାଳକ କିପରି ସୁନାର ମାନ ପରୀକ୍ଷା ନକରି ଜଣେ ମଧ୍ୟସ୍ଥି କଥାରେ ପଡି ଏହି ନକଲି ସୁନା ବନ୍ଧା ରଖି ୫ଲକ୍ଷ ଟଙ୍କା ଦେଲେ ! ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ଦ୍ୱିତୀୟ ଦିନରେ ସଂପୃକ୍ତ ଗ୍ରାହକକୁ ବ୍ୟାଙ୍କ ମଧ୍ୟରେ ରଖି ମାଡ ମାରି କିପରି ଜୋର ଜବରଦସ୍ତ ୫ଲକ୍ଷ ଟଙ୍କା ଆଦାୟ କଲେ ଏବଂ ସଂପୃକ୍ତ ଯୁବକ ଏବଂ ତାଙ୍କ ସହ ଆସିଥିବା ଅଣ୍ୟ ଜଣେ ସ୍ତ୍ରୀ ଲେଙ୍କୁ ଘଂଟେଶ୍ୱର ଫାଣ୍ଡି ଅଧିକାରୀ ଉଦ୍ଧାର କଲେ ଏବଂ ଉଦ୍ଧାର କରିବା ପରେ ମଧ୍ୟ ସଂପୃକ୍ତ ଫାଣ୍ଡି ଅଧିକାରୀ କୌଣସି କେସ ନକରି ଏହି କଥାକୁ ସହଜରେ ଗ୍ରହଣ କରି ରଫାଦଫା କଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ। ସଂପୃକ୍ତ ନକଲି ଗ୍ରାହକ ପ୍ରକୃତରେ ୧୨୦ଗ୍ରାମ ଚକମକ ପଦାର୍ଥ ଦେଇ କାହା ଆକାଉଂଟରେ ଏହି ୫ଲକ୍ଷ ଟଙ୍କା ନେଲେ, ଅଥବା ସଂପୃକ୍ତ ଗ୍ରାହକ ଜଣକ ୫ଲକ୍ଷ ଟଙ୍କା ବଦଳରେ ୪ଲକ୍ଷ ଟଙ୍କା ନେଇଥିଲେ ତାହା ର ବିଦ୍ଧିବଦ୍ଧ ତଦନ୍ତ କରିବା ଜରୁରୀ ହୋଇ ପଡିଛି। ଘଂଟେଶ୍ୱର ୟୁକୋ ବ୍ୟାଙ୍କ ଶାଖା ପରିଚାଳକ କିପରି ଏହି ଘଟଣାକୁ ଜାଣିଶୁଣି ଏବଂ ପୁଲିସର ସହାୟତା ନ ନେଇ ନିଜର ଚାକିରୀ ବଂଚାଇବା ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ଧରି ସଂପୃକ୍ତ ଗରାଖକୁ ମାଡ ମାରିଛନ୍ତି କି ନାହିଁ ଏ ବିଷୟରେ ଜାତୀୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିବା ଜରୁରୀ ହୋଇ ପଡିଛି। ସମସ୍ତ ଘଟଣା ଶାଖା ପରିଚାଳକଙ୍କ ଉପସ୍ଥିତିରେ ଘଟିଥିବା ବେଳେ ବ୍ୟାଙ୍କ କର୍ତୁପକ୍ଷ ଏହି ବିଷୟରେ ଅବଗତ ଥିବା ବେଳେ କିପରି ସଂପୃକ୍ତ ଶାଖା ପରିଚାଳକଙ୍କ ବିଦ୍ଦ୍‌ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ତାହ ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ସଂପୃକ୍ତ ଶାଖା ପରିଚାଳକ ଙ୍କ ସହ ଏଭଳି ସୁନା ରୂଣରେ କେତେ ଜାଲିଆତି ହୋଇଛି ଏବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ବ୍ୟାଙ୍କ ଶାଖାରେ ଗଚ୍ଛିତ ଥିବା ସମସ୍ତ ସୁନାର ମାନ ପରୀକ୍ଷା ହେବା ଜରୁରୀ ହୋଇ ପଡିଛି। ବ୍ୟାଙ୍କ ତରଫରୁ ନିଯୁକ୍ତି ପାଇଥିବା ବଣିଆ କିପରି ପରୀକ୍ଷା କରି ଏହା ଅସଲି ସୁନା ବୋଲି କହୁଥିବା ବେଳେ ଅନ୍ୟ ଏକ ବଣିଆ ଏହାକୁ ନକଲି ସୁନା ବୋଲି ପରୀକ୍ଷା କରି ଜାଣିଲେ। ପ୍ରକୃତରେ କେଉଁ ବଣିଆ ଅସଲି ଏବଂ କିଏ ନକଲି। ଏଭଳି ବହୁ ଅସମାହିତ ପ୍ରଶ୍ନର ଉତର ରଖିବ କିଏ ! ସନ୍ଦେହ ଚକ୍ଷୁରେ ବ୍ୟାଙ୍କ ଶାଖା ପରିଚାଳକ, ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ବଣିଆ, ଦଲାଲ ହୋଇ ଆସି ୫ଲକ୍ଷ ଟଙ୍କା ନେଇଥିବା ଗ୍ରାହକ ଏବଂ ଶେଷରେ ଘଂଟେଶ୍ୱର ଫାଣ୍ଡି ଅଧିକାରୀ ଜଣେ ଲୋକକୁ ନ୍ୟାୟ ଦେବା ପରିବର୍ତେ କେସ ରଫାଦଫା । ଏଥିପ୍ରତି ବ୍ୟାଙ୍କ କର୍ତୁପକ୍ଷ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଏବଂ ଜାତୀୟ ମାନବାଧିକାର କମିଶନର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.