Home ଜିଲ୍ଲା ପରିକ୍ରମା ଇନ୍‌ଟାକ୍ ଭଦ୍ରକର ପ୍ରାଚୀନ କୀର୍ତିରାଜି ସ୍ଥଳର ସର୍ବେକ୍ଷଣ ପାଇଁ ପଦଯାତ୍ରା

ଇନ୍‌ଟାକ୍ ଭଦ୍ରକର ପ୍ରାଚୀନ କୀର୍ତିରାଜି ସ୍ଥଳର ସର୍ବେକ୍ଷଣ ପାଇଁ ପଦଯାତ୍ରା

7

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇନ୍‌ଟାକ କନ୍‌ଭେନର ଦିଗମ୍ବର ମହାନ୍ତି, ଯୁଗ୍ମ କନ୍‌ଭେନର ପ୍ରଭାକର ମଲ୍ଲିକଙ୍କ ନେତୃତ୍ୱରେ ସଦସ୍ୟ ଅଜିତ କୁମାର ଦାସ, ଅଜିତ କୁମାର ନାୟକ ଓ ମୁକ୍ତିକାନ୍ତ ମହାପାତ୍ରଙ୍କ ସଂଯୋଜନା ତଥା ପରିଚାଳନାରେ ଶାଖାର ୪୫ଜଣ ସଦସ୍ୟ ଭଦ୍ରକ ଜିଲ୍ଲାର ବୌଦ୍ଧ କୀର୍ତିରାଜି ସ୍ଥଳ, ଷୋଳମପୁର ଓ ନିର୍ମାଣଧୀନ ବୃହତ ଶିବମୂର୍ତି, ଯାଜପୁର ଜିଲ୍ଲାର ମା’ ବିରଜା କ୍ଷେତ୍ର, ବାରୁଣୀ ପଡ଼ିଆ, ଦଶାଶ୍ୱମେଧ ଘାଟ, ନୃସିଂହ ମନ୍ଦିର, ବରୁଣେଶ୍ୱର ମନ୍ଦରି, ବିରାଟ କୁସୁମୀ ପୋଖରୀ ତାହାର ଚତୁଃପାଶ୍ୱର୍ ପାର୍କ ସହ ବିଭିନ୍ନ ସ୍ଥାନକୁ ପଦଯାତ୍ରା କରିଥିଲେ । ଷୋଳମପୁର ନିକଟବର୍ତୀ ଅଂଚଳରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତିରାଜି ବିକ୍ଷିପ୍ତ ଅବସ୍ଥାରେ ସଂରକ୍ଷିତ ହୋଇ ରହିଥିବା ଦେଖିବା ସହ ସଦସ୍ୟ ବିଶ୍ୱମ୍ବର ରାଉତ ନେଉଥିବା ପଦକ୍ଷେପ ଓ ଭଦ୍ରକ ଇନ୍‌ଟାକ୍ ଶାଖାର ପୂର୍ବର ଓ ପରବର୍ତୀ ପଦକ୍ଷେପ ସ୍ୱରୂପ କୀର୍ତିରାଜିର ସଂରକ୍ଷଣ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ବିସ୍ତୃତ ସ୍ଥାନ ନିରୂପଣ ସହ ବୃହତ୍ ମ୍ୟୁଜିୟମ୍ ନିର୍ମାଣ, ଦର୍ଶକଙ୍କ ପାଇଁ ଗେଷ୍ଟ ହାଉସ୍‌, କ୍ୟାଂଟିନ ସହ ପ୍ରଶସ୍ତ କଂକ୍ରିଟ୍ ରୋଡ଼ ନିର୍ମାଣ ତଥା ସ୍ଥାନକୁ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଘୋଷଣା ଦାବୀ କରାଯାଇ ଆସୁଅଛି । ବାରୁଣୀ ଘାଟ ନିକଟରେ ନିର୍ମାଣାଧୀନ ବିରାଟକାୟ ଶିବ ମୂର୍ତି, ନୃସିଂହ ମନ୍ଦିରର ଅବସ୍ଥା ଅନୁଧ୍ୟାନ କରିଥିଲେ । ଯାଜପୁର ଜିଲ୍ଲାର ଦଶାଶ୍ୱମେଧ ଘାଟ, ସ୍ଥାପିତ ମା’ ସପ୍ତଚଣ୍ଡୀ ମନ୍ଦିର ଅବସ୍ଥା ସର୍ବେକ୍ଷଣ କରିଥିଲେ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ଅବସ୍ଥା, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହି ଜିଲ୍ଲାର ଅରେଇ ଠାରେ ସ୍ଥାପିତ ବରୁଣେଶ୍ୱର ମନ୍ଦିର ପରିଦର୍ଶନ ସମୟରେ ଦେଖିଲେ ଖରାଦିନ ବ୍ୟତୀତ ଅନ୍ୟ ସବୁ ସମୟରେ ଶିବଲିଙ୍ଗ ଜଳନିମଗ୍ନ ଅବସ୍ଥାରେ ଅଦୃଶ୍ୟ ହୋଇ ପୂଜିତ ହେଉଛନ୍ତି । ତାହାର ପ୍ରତିକାର ପାଇଁ ଶାଖା ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଶିବ ଲିଙ୍ଗ ସବୁ ସମୟରେ ଦୃଶ୍ୟମାନ ହେବାର ପଦକ୍ଷେପ ନିଆଯିବ । ବୃହତ କୁସୁମୀ ପୋଖରୀ ଓ ତହିଁର ଚତୁଃପାଶ୍ୱର୍ସ୍ଥ ପାର୍କ, ଫୁଲ ବଗିଚାର ଅଧିକ ଯତ୍ନର ଆବଶ୍ୟକତା ଅନୁଭବ କରି ଭବିଷ୍ୟତରେ ଯାଜପୁର ମ୍ୟୁନିସ୍‌ପାଲିଟି କର୍ତୃପକ୍ଷଙ୍କୁ ଅନୁରୋଧ କରିବୁ । ଶେଷରେ ଭଦ୍ରକ ଜିଲ୍ଲାର ନଳାଙ୍ଗ ନିକଟ ବନ ବିଭାଗର ଝାଉଁ ଓ ଇଉକ୍ୟାଲି ପଟାସ୍ ବୃକ୍ଷରାଜି ମଧ୍ୟରେ ଶହ ଶହ ପିକ୍‌ନିକ୍ ପାର୍ଟି ସାମିଲ ଥିବାର ଦେଖିଲେ । ଏହାର ଯତ୍ନ ଓ ଉତମ ପିକ୍‌ନିକ୍ ସ୍ପଟ୍ ପାଇଁ ପାନୀୟ ଜଳ ଯୋଗାଣ, ଗେଷ୍ଟ ହାଉସ୍‌, ବସିବା ପାଇଁ ପିଣ୍ଡି, ଶୌଚାଳୟ, ଡ଼ଷ୍ଟବିନ୍‌, ଭିତରକୁ ଗାଡ଼ି ପାର୍କିଂ ପାଇଁ ରାସ୍ତା ନିର୍ମାଣ ସଂପର୍କରେ ସ୍ଥାନୀୟ ସରପଂଚ, ଜିଲ୍ଲା ପ୍ରଶାସନ ଓ ବନବିଭାଗକୁ ପଦକ୍ଷେପ ପାଇଁ ଅନୁରୋଧ କରିବୁ । ଆଜୀବନ ସଦସ୍ୟ ଅଜିତ୍ କୁମାର ଦାସ ସମସ୍ତଙ୍କୁ ପିକ୍‌ନିକ୍ ସ୍ପଟରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.