ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଠାରେ ନିଆଁ ଲାଗି ୪ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି। କଇଥଖୋଲା ପଂଚାୟତ ଗୌରପ୍ରସାଦ ଗ୍ରାମର କୁଶ ବାରିକ, ରମେଶ ବାରିକ ଏବଂ ଗଣେଶ ବାରିକ ଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଧାମରା ଠାରେ ଥିବା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଂଚି ଥିଲେ ମଧ୍ୟ ସେତେବେଳକୁ ୩ଭାଇଙ୍କ ୪ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା। ତୁରନ୍ତ ୩ପରିବାରକୁ ସରକାରୀ ସହାୟତା ଦେବା ସହ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି।