Home ଜିଲ୍ଲା ପରିକ୍ରମା ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୫ତମ ବୋଇତ ବନ୍ଦାଣ ଉତ୍ସବ, ସ୍ମୃତିକୁ ଉଜ୍ଜୀବିତ...

ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୫ତମ ବୋଇତ ବନ୍ଦାଣ ଉତ୍ସବ, ସ୍ମୃତିକୁ ଉଜ୍ଜୀବିତ କରିବାକୁ ହେଲେ ସମସ୍ତ ଏକାଠି ରହିବାର ସମୟ ଆସିଛି –ଶ୍ରୀକାନ୍ତ ଜେନା

4

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଏବେ ଇତିହାସ ହୋଇ ରହିନାହିଁ ,ଧାମରା ର ନାମ ବିଶ୍ୱ ଦରବାରେ ସ୍ଥାନ ପାଇଛି । ଧାମରାର ନାମ ଉଜ୍ଜୀବିତ କରି ରଖିବାକୁ ହେଲେ ଦଳମତ ନିର୍ବି ଶେଷରେ ସମସ୍ତେ ଏକ ହେବା ଜରୁରୀ ବୋଲି ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜର ବକ୍ତବ୍ୟ ରଖିଛନ୍ତି । ଧାମରାରେ ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ର ୧୫ ତମ ବାର୍ଷିିକ ବୋଇତ ବନ୍ଦାଣ ଉତ୍ସବ ପ୍ରାରମ୍ଭରେ ଏକ ସଜ୍ଜିତ ବୋଟ ଯୋଗେ ଏକ ୭ଜଣିଆ ସାଧବ କେନ୍ଦ୍ରପାଡ ଜିଲ୍ଲାର ତାଳଚୁଆ ଏବଂ ନଳିତା ପାଟିଆ ବେପାର ଉଦ୍ୱେଶରେ ଯାତ୍ରା କରିଥିଲେ । ସେଠାରୁ ଫେରିବା ପରେ ପୁଣ୍ୟତୋୟା ବୈତରଣୀ କୂଳରେ ଥିବା ଆରଧ୍ୟ ଦେବୀ ମା ଧାମରାଇଙ୍କ ନିକଟରେ ୭ ସାଧବ ମାନଙ୍କୁ ସାଧବାଣୀ ମାନେ ସଭାସ୍ଥଳକୁ ପାଛୋଟି ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ହୋଇଥିବା ସଭାରେ ସମାଜସେବୀ ନରହରି ମଲିକ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମଜସେବୀ ଦିଗମ୍ବର ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ କଂଗ୍ରେସ ବିଧାୟକ ଦଳ ଉପନେତା ତଥା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ସ୍ମୃତିକୁ ଉଜ୍ଜୀବୀତ କରିବାର ସମୟ ଆସିଛି ସମସ୍ତ ଏକ ମନ ଏକ ପ୍ରାଣ ଦେଇ ନିଜ ସଂସ୍କୃତିକୁ ବଜାଇ ରଖିଲେ ନିଜ ଜାତି ତଥା ନିଜ ଦେଶର ଟେକ ରଖିବା ସମ୍ଭବ ହେବ ବୋଲି କହିବା ସହ ଧାମରା ବନ୍ଦର କମ୍ପାନୀର ମନୋମୁଖୀ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିଥିଲେ । ଗଭୀର ନଳକୂପ ମାଧ୍ୟମରେ ଭୂତଳ ଜଳ ଶୋଷଣ କରୁଥିବା ଆଦାନୀ କର୍ତୁପକ୍ଷ ସାଢ଼ାଜିକ ଦାୟିତ୍ୱ ଏବଂ ମୂଲ୍ୟବୋଧ ନାମରେ ଅଂଚଳବାସୀଙ୍କୁ ଶୋଷଣ କରୁଛି । ଧାମରା ବନ୍ଦର କମ୍ପାନୀ ନାମରେ ଆଦାନୀ ରଖି ଅଂଚଳବାସୀଙ୍କ ସହ ବିଶ୍ୱାସ ଘାତକତା କରୁଛି ଏହାକୁ ନେଇ ସେ ବିଧାନ ସଭାରେ ପ୍ରଶ୍ନ କରିବା ସହ ପୁନଶ୍ଚ ଧାମରା ଅସ୍ମିତାକୁ ପୁନଃ ଉଜ୍ଜୀବୀତ କରିବାକୁ ପ୍ରୟାଶ ଜାରୀ ରଖିବେ ବୋଲି କହିଥିଲେ ।ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜ ବକ୍ତବ୍ୟରେ ଧାମରା କେବଳ ନାମରେ ସିମୀତ ହୋଇ ରହିନାହିଁ ।ଧାମରା ର ନାମ ଅସୀମ ହୋଇ ଯାଇଛି । ଧାମରା କୁ ଜଳପଥ ,ସ୍ଥଳପଥ ଏକ ଆକାଶ ପଥରେ ଯୋଡା ଯାଇଥିବା ବେଳେ ଏତିକିରେ ଅଂଚଳବାସୀଙ୍କ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ । ସମସ୍ତ ଏକ ମନ ଏକ ପ୍ରାଣ ଦେଇ ସାହିତ୍ୟ , ସଂସ୍କୃତି କୁ ବଜାଇ ରଖିବାକୁ ଆଗେଇ ଆସିବା ଦରକାର । ଏଥିସହ ଧାମରାରେ ଏକ ନୌବାଣିଜ୍ୟ ତାଲିମ ଶିବିର ଖୋଲିବାକୁ ସେ ଆହ୍ୱାନ ଦେଇଥିଲେ । ଧାମରାରେ ୩ଟି ରାଜନୈତିକ ଦଳ ଅଲଗା ଅଲଗା ଭାବେ ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଥିବା ବେଳେ ସମସ୍ତ ଏକାଠି ହୋଇ ପାରିଲେ ଅଂଚଳର ସମସ୍ତ ସମସ୍ୟା ସମାଧାନର ବାଟ ଫିଟିଯିବ ବୋଲି ମଧ୍ୟ ମତ ପୋଷଣ କରିଥିଲେ । ହୋଇଥିବା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବୈଲୋଚନ ପଣ୍ଡା, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ଉମେଶ ମହାକୁଡ, ବିଜୟ ବେହେରା, ତାରାକାନ୍ତ ସେଠୀ, ଦୀପକ ମାହୁନ୍ତ, ନରେନ୍ଦ୍ର ମାଇତି ,ନରେନ୍ଦ୍ର ନାୟକ, ମଦନ ଦିନ୍ଦା, ଙ୍କ ସମେତବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ବେଳେ ସଭାରେ ଅତିଥି ପରିଚୟ ବୈଲୋଚନ ପଣ୍ଡା , ଧନ୍ୟବାଦ ସରୋଜ ଲେଙ୍କା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.