ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଦ୍ରୁତ ଶିଳ୍ପାୟନ କରିବା ବିଜେପି ସରକାରର ମୂଳଲକ୍ଷ୍ୟ । ଏଥିସହ ଧାମରାକୁ ବିଶ୍ୱ ଦରବାର ସହ ପୁନଶ୍ଚ ଯୋଡା ହୋଇ ଶିଳ୍ପ କ୍ଷେତ୍ରରେ ଏକ ସ୍ୱପ୍ନ ସାକାର କରାଯିବାକୁ ବିଜେପି ସରକାର ପ୍ରତିବଦ୍ଧ ବୋଲି ଆଜି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜର ମତ ରଖିଛନ୍ତି । ଧାମରାରେ ୮ବର୍ଷରେ ପଦାର୍ପଣ କରିଥିବା ମା’ ଧାମରାଇ ବୋଇତ ବନ୍ଦାଣ ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ଉଦଘାଟକ ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସ୍ୱତନ୍ତ୍ର ଅତିଥି ଭାବେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମାନ୍ୟବର କୋରେଇ ବିଧାୟକ ଆକାଶ ଦାସ ନାୟକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇ ବୋଇତ ବନ୍ଦାଣ ପାଳନ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ହୋଇଥିବା ସଭାରେ ସଭାପତି ଭାବେ ଧାମରାଇ ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକ ଦାୟିତ୍ୱ ତୁଲାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୋଇତ ବନ୍ଦାଣ କମିଟିର ସଂପାଦକ ପାପା ଜେନା, ସଭାପତି ତ୍ରିଦିବେଶ ପ୍ରଧାନ ,କମଳା ସୂତାର, ଉପେନ୍ଦ୍ର ରାଉଳ, ବାଣୀ କଲ୍ୟାଣ ମହାନ୍ତି, ଅଜୟ ନାୟକ, ପୂର୍ଣ ପାଣି,ଅଭିମନ୍ୟୂ ରାଉତ,କାହ୍ନୁ ଚରଣ ବେହେରା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା, ଧାମରା ପଂଚାୟତର ବିଜେପି ସଭାପତି ପ୍ରଦ୍ୱୀପ ରାଉତ,ବାପୁଜୀ ମାଝୀ, ପ୍ରଦ୍ୱୀପ ସାହୁ କାର୍ତିକ ଗୁଡିଆ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭରେ ଚାନ୍ଦବାଲିରୁ ୭ ସାଧବ ଏକ ସୁସଜ୍ଜିତ ବୋଟରେ ଆସି ଧାମରାଇ ମନ୍ଦିର ନିକଟରେ ପହଂଚିବା ପରେ ସେମାନଙ୍କୁ ବିପୁଳ ଅଭ୍ୟର୍ଥନା କରି ସଭା ସ୍ଥଳକୁ ପାଛୋଟି ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ପରିଚୟ ଅଭୟ ପତି ଦେଇଥିବାବେଳେ ଶେଷରେ ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ଧାମରାରେ ମା’ ଧାମରାଇ ବୋଇତ ବନ୍ଦାଣ ଉତ୍ସବ, ଧାମରାକୁ ଶିଳ୍ପ କ୍ଷେତ୍ରରେ ପରିଣତ କରାଯିବ, ଧାମରାକୁ...