Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

16

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୪-୨୫ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଆଜି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୨୭.୧୨.୨୪ ତାରିଖରୁ ଜିଲ୍ଳାରେ ଧାନ କିଣା ଆରମ୍ଭ ହେବ । ୩୧.୩.୨୫ତାରିଖ ପର୍ଯ୍ୟନ୍ତ ଧାନ କିଣା ଚାଲୁ ରହିବ । ଚଳିତ ବର୍ଷ ୮୦ହଜାର ୫ଶହ ପଂଜିକୃତ ଚାଷୀ ଧାନ କିଣାରେ ସାମିଲ ହେବେ । ଜିଲ୍ଲାର ୧୦୨ଟି ପ୍ୟାକ୍ସ ଓ ୫୭ଟି ଡବ୍ଲୁଏସ୍‌ଏଚ୍‌ଜି ଜରିଆରେ ୧୫୯ଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ ବୋଲି ଆପାତତଃ ବୈଠକରେ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ପ୍ରଥମ ଦଫାରେ ଜିଲ୍ଳାରେ ୧୯ଲକ୍ଷ ୮୩ହଜାର ୪୪୧କ୍ୱିଟାଂଲ ଧାନ ସଂଗ୍ରହ କରାଯିବ । ଧାନ କ୍ୱିଟାଂଲ ପ୍ରତି ୩୧ଶହ ଟଙ୍କା ମୂଲ୍ୟରେ କିଣାଯିବ । ୨୪ଘଟାଂରୁ ୪୮ଘଟାଂ ମଧ୍ୟରେ ଚାଷୀଙ୍କ ଧାନ ବିକ୍ରି ପ୍ରାପ୍ୟ ସେମାନଙ୍କ ଆକାଉଟଂକୁ ଟ୍ରାନ୍ସଫର ହେବ । ଚାଷୀମାନେ ନିଜ ନିଜର ନିର୍ଦ୍ଧାରିତ ମଣ୍ଡିରୁ ଏଫ.ଏ.କ୍ୟୁ ମାନର ଧାନ ଆଣିବାକୁ କଡାକଡି ନିର୍ଦ୍ଦେଶ ରହିଛି । ବିଶେଷ କରି ଧାନରେ ମଇସଚର୍‌, କାଠି, କୁଟା, ଗୋଡି ଓ ଅଗାଡି ଆଦି ନଥିବ । ସଫା, ପରିସ୍କାର ଧାନ ଆଣିବାକୁ କୁହାଯାଇଛି । ମଣ୍ଡି ନିକଟରେ ଧାନ ର ମାନ ନିର୍ଦ୍ଧାରଣ ର ମାନ ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ରହିଛି । ମାନ ନିର୍ଦ୍ଧାରଣ ସକାଶେ ୪ଜଣ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ବୈଠକରେ ନିଷ୍ପତି ନିଆଯାଇଛି । ଯଦି ଏଥିରେ ବ୍ୟତିକ୍ରମ ଘଟେ ସଂପୃକ୍ତ ଚାଷୀ ମଣ୍ଡିରୁ ଧାନ ଫେରାଇନେବେ । ପରବର୍ତୀ ସମୟରେ ଧାର୍ଯ୍ୟ ଟୋକନର ଅବଧି ମଧ୍ୟରେ ମଣ୍ଡିକୁ ଆଣି ବିକ୍ରି କରି ପାରିବେ । ଟୋକନ ର ଅବଧି ୩୦ଦିନ ରଖାଯାଇଛି । ଧାନ ବିକ୍ରି କରିବା ସମୟରେ ଚାଷୀ ନିଜର ଆଧାର କାର୍ଡ ଓ ନିଜର ବ୍ୟାଙ୍କ ଖାତା ପ୍ରଦାନ କରିବେ । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏଥର କଟ୍‌ନି ଝଟ୍‌ନି ହେବ ନାହିଁ । ଏଣୁ ଚାଷୀ ଝୋଟ ବ୍ୟାଗରେ ସଫା ସୁତୁରା ଓ ଗୁଣାତ୍ମକ ଏଫଏକ୍ୟୁ ମାନର ଧାନ ଆଣିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏଥି ସକାଶେ ପ୍ରତି ଗାଁରେ ଭିଡିଓ, ଅଡିଓ ଓ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ପାଇଁ ନଷ୍ପତି ନିଆଯାଇଛି । ଧାନ କେବଳ ମଣ୍ଡି ଠାରେ ଓଜନ ହେବା ସହ ଏଫଏକ୍ୟୁ ଟେଷ୍ଟ କରାଯିବ ।

ପୂର୍ବଭଳି ମିଲ୍ ରେ ଧାନ ଓଜନ କି ପରୀକ୍ଷା କରାଯିବ ନାହିଁ । ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରତ୍ୟେକ ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ। ଏହା ଡିଷ୍ଟ୍ରିକ୍ ହେଡ୍‌କ୍ୱାଟର୍ସ ସହ ୱେବକାଷ୍ଟିଂ କରାଯିବ । ଫଳରେ ମଣ୍ଡିର କିଣାବିକା ସମସ୍ତ ଚିତ୍ର ପ୍ରଦର୍ଶୀତ ହେବ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅବଗତ ହେବେ । କେତେକ ସମ୍ବେଦନଶୀଳ ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ କରାଯିବା ନେଇ ଉପୁଜୁ ଥିବା ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ର ସହାୟତା ଲୋଡା ଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି । ଧାନକ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କଟ୍ରୋଂଲ ରୁମ୍ ପରିଚାଳନା କରାଯିବା ସହ ଜଣେ ଅଫିସରଙ୍କୁ ଚାଷୀଙ୍କ ସମସ୍ୟା ପାଇଁ ନିଯୁକ୍ତ କରାଯିବ । କେଉଁ ମଣ୍ଡିରେ କେଉଁ କେଉଁ ଦିନ କେତେ ପରିମାଣରେ ଧାନ ସଂଗ୍ରହ କରାଗଲା ତାହାର ବିବିରଣୀ ଅନ୍‌ଲାଇନ୍ ମାଧ୍ୟମରେ ଜିଲ୍ଲା କଟ୍ରୋଂଲ ରୁମ୍ କୁ ଅବଗତ କରାଯିବ । ଏହି ସମସ୍ତ କାର୍ଯ୍ୟ ପି-ପାଶ୍ ମାଧ୍ୟମରେ କରାଯିବ । ପ୍ରତି ମଣ୍ଡିରେ ଧାନ ସଂଗ୍ରହ କରି ୩ଦିନ ରଖିବା ନିମନ୍ତେ ଆର.ଏମ୍‌.ସି ତରଫରୁ ପିଣ୍ଡି ନିର୍ମାଣ କରାଯିବା ନେଇ ନିଷ୍ପତି ନିଆଯାଇଛି । ପ୍ରତି ମଣ୍ଡିରେ ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ଯଥା-ଡିଜିଟାଲ ଓଜନ ମେସିନ, ମଇସଚର ମିଟର, ମିନି ଗ୍ରେଡର, ତାରପିଲିନ୍ ଓ ପ୍ରଥମ ଥର ପାଇଁ ଗ୍ରେନ୍ ଏନାଲାଇଜର ମେସିନ ବ୍ୟବହାର କରାଯିବ । ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ପିଇବା ପାଣି, ଅସ୍ଥାୟୀ ଶୌଚାଳୟ ଓ ଆଶ୍ରୟସ୍ଥଳି ର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମଣ୍ଡି ପାଇଁ ସ୍ଥାନୀୟ ଚାଷୀ ଓ ସରକାରୀ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି । ଏମାନେ ଧାନ ସଂଗ୍ରହ କାର୍ଯ୍ୟର ତଦାରଖ କରିବେ । ଧାନ ମଣ୍ଡିକୁ ଦଲାଲ ମୁକ୍ତ କରିବା ପାଇଁ ଚାଷୀ କମିଟି ଓ ପ୍ରାଧିକୃତ ଅଧିକାରୀଙ୍କୁ କ୍ଷମତା ଦିଆଯିବା ସହ ବ୍ଲକ ଓ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯିବାର ନିଷ୍ପତି ନିଆଯାଇଛି । ଅନୁଷ୍ଠିତ ବୈଠକରେ ଉପସ୍ଥିତ ବିଧାୟକ ଓ ଡିଏଲ୍‌ପିସି ର ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଗୁଡିକୁ ପରବର୍ତୀ ସମୟରେ ପ୍ରଶାସନ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି । ଆଜିର ଅନୁଷ୍ଠିତ ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସରୋଜ କୁମାର ଦତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ଭଦ୍ରକ, ଚାନ୍ଦବାଲି ଆର୍‌ଏମ୍‌ସି ସେକ୍ରେଟାରୀ, ଏଆରସିଏସ୍‌, ମୁଖ୍ୟ ଜିଲ୍ଳା କୃଷି ଅଧିକାରୀ, ଯୋଗାଣ ନିରୀକ୍ଷକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବିପିସି, ଡିପିସି, ମିଲର୍ସ ସଂଘ ଓ ଚାଷୀ ପ୍ରତିନିଧି, ୭ଟି ବ୍ଲକର ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.