Home ଜିଲ୍ଲା ପରିକ୍ରମା ପ୍ରତିଭା ବିକାଶ ହେଲେ ଶିଶୁ ମନରେ ପୁଲକ ଆଣେ, ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ

ପ୍ରତିଭା ବିକାଶ ହେଲେ ଶିଶୁ ମନରେ ପୁଲକ ଆଣେ, ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ

21

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତିଭବନ ପରିସରରେ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ “ମହକ” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ରୂପେ ସମାଜମଙ୍ଗଳଳ ଅଧିକାରିଣୀ ପୁଷ୍ପଲତା ପାତ୍ର ଯୋଗଦାନ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ, ଶିଶୁ ମଂଗଳ କମିଟିର ସଦସ୍ୟା ଭାରତୀ ଦାଶ, ବାଲ୍ୟ ବିବାହ ସଂଯୋଜକ ପ୍ରଦ୍ୟୁତ ରଂଜନ ରାଉତ ପ୍ରମୂଖ ଯୋଗଦାନ କରିଥିଲେ । ଶିଶୁ ସରୁକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶିଶୁ ମହୋତ୍ସବ ମହକର ପ୍ରତ୍ୟେକ ଶିଶୁମାନଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ସହ ପ୍ରତିଭାର ବିକାଶ ହେଲେ ଶିଶୁ ମନରେ ପୁଲକ ଆସେ ବୋଲି ପ୍ରମୂଖ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ । ପ୍ରାଥମିକ ସଭାପରେ ଶିଶୁଅନ୍ତେବାସୀମାନଙ୍କ ମଧ୍ୟରେ ସଂଗୀତ, ବକୃତା, ଚିତ୍ରାଙ୍କନ, କୁଇଜ୍ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଦକ୍ଷ ବିଚାରକ ମଣ୍ଡଳୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପଞ୍ଜୀକୃତ ଥିବା ନଅ ଗୋଟି ଶିଶୁ ଆଶ୍ରୟସ୍ଥଳୀରୁ ମୋଟ ୧୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଦକ୍ଷ ବିଚାରକମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ କୃତୀ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ମାନପତ୍ର ଓ ପୁରସ୍କାର ଦ୍ୱିତୀୟ ଅଧିବେଶନରେ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତ୍ୱନୁ କୁମାର ମହାନ୍ତି ଶିଶୁମାନଙ୍କୁ ପୁରସ୍କାର ବିତରଣ କରିବା ସହ ବକ୍ତବ୍ୟ ଜରିଆରେ ଉତ୍ସାହିତ କରିଥିଲେ । ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଶାଖାର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପରିଚାଳନା କରିଥିଲେ । ସ୍ୱାଗତିକା ବାରିକ୍‌, ଧନଞ୍ଜୟ ଜେନା, ସସ୍ମିତା ନାୟକ, ରିୟାଜ ଅହମ୍ମଦ, ଦମୟନ୍ତୀ ଦାଶ, ଧୀରଜ ବାରିକ୍‌, ମହେଶ ଚନ୍ଦ୍ର ଦାଶ ସହଯୋଗ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତା, ଚାଇଲ୍ଡ ଲାଇନ୍‌ର ସଂଯୋଜିକା ଶୁଭଶ୍ରୀ ମହାକୁଡ଼, ଦିଗ୍‌ବିଜୟ ମହାନ୍ତି, ଚନ୍ଦ୍ରକାନ୍ତ ଗୋଚ୍ଛାୟତ, ଲକ୍ଷ୍ମୀକାନ୍ତ ସେଠୀ, ଲକ୍ଷ୍ମଣ ଜେନା ସମେତ ସଂଜୁଲତା ବେହେରା, ସୁଦର୍ଶନ ବାଦ୍ରା ପରିଚାଳନାରେ ସହଯୋଗ କରିଥିଲେ । ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ ସର୍ବଶେଷରେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.