Home ଜିଲ୍ଲା ପରିକ୍ରମା ପାଚିକା ସହାୟିକା ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ

ପାଚିକା ସହାୟିକା ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ

6

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରଚାଳିତ ପାଚିକା ସହାୟିକା ମଜଦୂର ସଂଘର ଜିଲ୍ଲା ସମ୍ମିଳନୀ ଭାରତୀୟ ମଜଦୂର ସଂଘ ଜିଲ୍ଲା କାର୍ଯ୍ୟାଳୟ ଭଦ୍ରକ ଠାରେ ରାଜ୍ୟ ସଭାପତି ମୁକ୍ତିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବିଏମଏସ ରାଜ୍ୟ ଉପ ସଭାପତି ଶାନ୍ତନୁ ମହାପାତ୍ର, ଜିଲ୍ଲା ସଭପତି ମନୋଜ କୁମାର ବସନ୍ତରାୟ, ରାଜ୍ୟ ସରକାରୀ କର୍ମଚାରୀ ସଂଘର ଉପ ସଭାପତି ବିଜୟ ମିଶ୍ର, ପାଚିକା ସହାୟିକା ମଜଦୂର ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ମମତା ବାରିକ ପ୍ରମୁଖ ଉପସ୍ଥିତ ରହି ପାଚିକା ମାନଙ୍କର ବିଭିନ୍ନ ସମସ୍ୟା ସମନ୍ଧରେ ଆଲୋଚନା କରିଥିଲେ। ପାଚିକା ସହାୟିକା ମାନଙ୍କର ବିଭିନ୍ନ ଦାବୀକୁ ନେଇ ଆଗାମୀ ତା ୨୩-୧୧-୨୪ରିଖ ଶନିବାର ଦିନ ରାଲୀ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ଦାବୀ ଗୁଡ଼ିକ ମଧ୍ୟରେ ପାଚିକା ସହାୟିକା ମାନଙ୍କର ମାସିକ ବେତନ ୧୮୦୦୦/ ଟଙ୍କା; ସେମାନଙ୍କୁ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରି ଇପିଏଫ ଏବଂ ଇଏସଆଇରେ ଅନ୍ତର୍ଭୁକ୍ତ କରିବା; ଅବସର କାଳୀନ ସହାୟତା ରାଶି ଏକ ସମୟରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା; ଅବସର ପରେ ମାସିକ ଭତା ୫ହଜାର ଟଙ୍କା ପ୍ରଦାନ କରିବା; ମୃତ୍ୟୁକାଳୀନ ସହାୟତା ରାଶି ୧୦ଲକ୍ଷ ଟଙ୍କା ଏବଂ ପରିବାରର ଜଣଙ୍କୁ ପାଚିକା ରେ ନିଯୁକ୍ତି; ବର୍ଷକୁ ୨ ହଳ ପୋଷାକ ପ୍ରଦାନ କରିବା ଆଦି ପ୍ରମୁଖ ଦାବୀ। ଏହାପରେ ଜିଲ୍ଲା ରେ ଏକ ନୂତନ କମିଟି ଗଠନ କରାଗଲା। ସଭାନେତ୍ରୀ ସସ୍ମିତା ନାୟକ, ଉପ ସଭାନେତ୍ରୀ -ଅନୁପମା ଦାସ, ସମ୍ପାଦିକା -ଜ୍ୟୋସ୍ନାମାୟୀ ଦାସ, ସହ ସମ୍ପାଦିକା ପ୍ରଭାତୀ ସାହୁ, କୋଷାଧ୍ୟକ୍ଷା ହୀରାମଣି ମଲ୍ଲିକ, ସଙ୍ଗଠନ ସମ୍ପାଦକ ଶତ୍ରୁଘ୍ନ ମଲ୍ଲିକ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶକୁନ୍ତଳା ମହାପାତ୍ର, ଆରତୀ ଭୁୟାଁ ଆଦିଙ୍କୁ ଚୟନ କରାଯାଇଥିଲକ୍ଷ। ଶେଷରେ ନୂତନ ସଭାନେତ୍ରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାର ସଭାପତି ମହୋଦୟ ସଭା ଭଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.