Home ଜିଲ୍ଲା ପରିକ୍ରମା ମୁମ୍ବାଇ ଆତଙ୍କବାଦୀ ହାମଲା, ଧାମରା ରେ ମତ୍ସ୍ୟଜିବୀଙ୍କ ମଧ୍ୟରେ ସଚେତନତା ଶିବିର

ମୁମ୍ବାଇ ଆତଙ୍କବାଦୀ ହାମଲା, ଧାମରା ରେ ମତ୍ସ୍ୟଜିବୀଙ୍କ ମଧ୍ୟରେ ସଚେତନତା ଶିବିର

12

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁମ୍ବାଇ ୨୬/୧୧ ରେ ହୋଇଥିବା ଆତଙ୍କବାଦୀ ହାମଲାକୁ ଦୃଷ୍ଟିରେ ରଖି ଆଜି ଧାମରାରେ ମତ୍ସ୍ୟଜିବୀ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ, ଧାମରା ମେରାଇନରେ ନିୟୋଜିତ ଭାରତୀୟ ନେଭି ,ଧାମରା ମେରାଇନ ପୁଲିସ ଏବଂ ଧାମରା ମତ୍ସ୍ୟଅଧିକାରୀଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ତଟ ସୁରକ୍ଷା ,ପରିଚାଳନା ଏବଂ ସମୁଦ୍ର ମଧ୍ୟରେ ମତ୍ସ୍ୟଜିବୀଙ୍କ ଉପରେ ହେଉଥିବା ହାମଲାକୁ କିପରି ପ୍ରତିହିତ କରିହେବ ଏହାକୁ ନେଇ ହୋଇଥିବା ସଚେତନତା ଶିବିରରେ ସମସ୍ତ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟରେ ନିଜ ନିଜର ଆଧାରକାର୍ଡରେ ଅବିକଳ ନକଲ, ସମସ୍ତ ବୋଟ, ଟ୍ରଲର.ଭୁଟୁଭୁଟି ଏବଂ ଯନ୍ତ୍ରଚାଳିତ ଡଙ୍ଗା ଗୁଡିକର ରେଜିଷ୍ଟ୍ରସନ ବହି ଗୁଡିକ ନିଜ ପାଖରେ ରଖିବାକୁ ମତ୍ସ୍ୟଜିବୀ ମାନଙ୍କୁ କହିଥିଲେ। ଏହା ଫଳରେ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି ଏବଂ ରାଜ୍ୟ ପୁଲିସର ସହାୟତା କିପରି ନେବାକୁ ହେବ ସେ ବିଷୟରେ ଅବଗତ କରାଇଥିଲା। ମୁମ୍ବାଇ ଆତଙ୍କବାଦୀ ହାମଲାକୁ ୧୬ବର୍ଷ ପୂରି ଯାଇଥିବା ବେଳେ ଆସନ୍ତା ନଭେମ୍ବର ୨୦ଏବଂ ୨୧ ତାରିଖ ଦିନ ସମସ୍ତ ଉପକୂଳ ଅଂଚଳରେ ତଟ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ନେଭି, ଭାରତୀୟ ତଟ ରକ୍ଷା ବାହିନୀ, ରାଜ୍ୟ ପୁଲିସ ଏବଂ ରାଜ୍ୟ ମତ୍ସ୍ୟବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା କରାଯାଇଥିଲା। ଆଜି ହୋଇ ଥିବା ଏହି ସଚେତନତା ଶିବିରରେ ଯୋଗଦେଇଥିବା ମତ୍ସ୍ୟଜିବୀଙ୍କ ସମସ୍ତ ପ୍ରଶ୍ନର ଉତର ଉପସ୍ଥିତ ଥିବା ଅଧିକାରୀ ଦେବା ସହ ଆତଙ୍କବାଦୀ ହାମଲା ଉପରେ ସଚେତନତା ସୃଷ୍ଟି କରିଥିଲେ। ଆଜି ଏହି ସଚେତନତା ଶିବିରରେ ଶ୍ରୀ କୃଷ୍ନ ବାରିକ, ବିଜୟ ମାଝୀ, ରଶ୍ମିରଞ୍ଜନ ରାଏ, ଶୁଶ୍ରୀ ସଙ୍ଗିତା ଲେଙ୍କା, ଝରଣା ବେହେରା, ସତ୍ୟରଞନ ମଲିକ, ମନୋରମା ବେହେରା, ଧାମରା ମେରାଇନ ଥାନାଧିକାରୀ କୃଷ୍ନଚନ୍ଦ୍ର ଜାନୀ, ଭାରତୀୟ ନେଭି ର ଉମେଶ ଚନ୍ଦ୍ର, ଅଶ୍ରୁମୋଚନ ,ରଞ୍ଜନ କୁମାର ଦାସ, ଉପେନ୍ଦ୍ର ନାଥ ମହନ୍ତ, ବିଜୟ କୁମାର ରଣା, ମାନସ ରଞନ ପରିଡା, ପତିତ ପାବନ ସେନାପତି, ଦୀପକ କୁମାର ପରିଡାଙ୍କ ସମେତ ବହୁ ମତ୍ସ୍ୟଜିବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.