Home ଜିଲ୍ଲା ପରିକ୍ରମା ଅସୁରକ୍ଷିତ ପରିବହନ ହେତୁ ଛାତ୍ର ଆଘାତର ସବିଶେଷ ତଥ୍ୟ ଖୋଜିଲା ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)

ଅସୁରକ୍ଷିତ ପରିବହନ ହେତୁ ଛାତ୍ର ଆଘାତର ସବିଶେଷ ତଥ୍ୟ ଖୋଜିଲା ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)

12

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସୁରକ୍ଷିତ ପରିବହନ ହେତୁ ଏକ ଘଟଣାରେ ଆଘାତପ୍ରାପ୍ତ ଛାତ୍ରର ସବିଶେଷ ତଥ୍ୟ ଖୋଜିଛି ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) । ପ୍ରଚଳିତ ନୀତିର ଉଲ୍ଲଂଘନ ଉପରେ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛି ଜାତୀୟ ମାନବାଧିକାର ଆୟୋଗ। ଯାହା ଯାନବାହାନରେ ସୁରକ୍ଷା ବ୍ୟବସ୍ଥା ଅଭାବରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ନିରାପଦ ପରିବହନକୁ ସୁନିଶ୍ଚିତ କରିବ। ଜଣେ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ଏକ ଆବେଦନ ଉପରେ ନଜର ରଖି ଜାତୀୟ ମାନବାଧିକାର ଆୟୋଗ ଏହି ନିର୍ଦ୍ଦେଶ ଜାରି କରି ୬ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଥିଲେ। ଓଡ଼ିଶାର ଭଦ୍ରକ୍ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଅଭାବରୁ ବିଦ୍ୟାଳୟକୁ ବିଭିନ୍ନ ଛୋଟବଡ ଘରୋଇ ଗାଡି ଗୁଡିକରେ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ସୁରକ୍ଷା ବ୍ୟବସ୍ଥାର ଅଭାବରୁ ବିଭିନ୍ନ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ଏବଂ ଏଭଳି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଅନୁରୋଧ କରିଛନ୍ତି । ଯେଉଁଥିପାଇଁ ଲିପିପୁସ୍ପା ବାରିକ୍ ଏବଂ ସନ୍ଥାପାରା ଆଦର୍ଶ ବିଦ୍ୟାଳୟ, ତିହିଡି, ଭଦ୍ରକର ଅନ୍ୟ ୮ ଜଣ ଛାତ୍ର ଗତ ୦୩.୦୮.୨୦୨୪ ତାରିଖରେ ସ୍କୁଲକୁ ଯିବା କାରଣରୁ ଗୁରୁତର ଆହତ ହୋଇଥିଲେ। ଏହା ପରେ ଜାତୀୟ ମାନବାଧିକାର ଆୟୋଗ ଶ୍ରୀ ତ୍ରିପାଠୀଙ୍କ ଆବେଦନକୁ ଗ୍ରହଣ କରି ଏହି ଘଟଣାରେ ଭଦ୍ରକ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେ ସଂପର୍କରେ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ତା ୧୦.୦୯.୨୦୨୪ ରିଖରେ ଏସ୍‌ପି ଚାନ୍ଦବାଲି ଏସଡିପିଓ ମାଧ୍ୟମରେ ଏହି ଘଟଣାରେ ପ୍ରକୃତ ତଦନ୍ତ କରାଇ ରିପୋର୍ଟ ଦାଖଲ କରିଥିଲେ। ପ୍ରକାଶ ଯେ, ଭଦ୍ରକର ପିରହାଟ ଥାନା ଅନ୍ତର୍ଗତ ସନ୍ତପୁରା ଆଦର୍ଶ ବିଦ୍ୟାଲୟଙ୍କ ୮ ଜଣ ଛାତ୍ରଙ୍କ ପିତାମାତା ଏକ ଅଟୋ ଓଡି-୨୨ଏଚ-୫୩୦୩ ନମ୍ବର କୁ ନିୟୋଜିତ କରିଥିଲେ। ତେବେ ତା ୦୩.୦୮.୨୦୨୪ ରିଖରେ ସ୍କୁଲରୁ ଫେରୁଥିବାବେଳେ ଉକ୍ତ ଅଟୋ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଏକ ଟାଟା ମ୍ୟାଜିକ୍ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଉକ୍ତ ଦୁର୍ଘଟଣାରେ ଲିପି ପୁଷ୍ପା ବାରିକ (୧୩ ବର୍ଷ) ନାମକ ଜଣେ ଶିଶୁଙ୍କ ଗୋଡରେ ଫାଟିଯାଇଥିଲା ଏବଂ ଅନ୍ୟ ଛାତ୍ରମାନେ ଯଥା: ବେଶା ନନ୍ଦ (୧୩), ନନ୍ଦିନୀ ଘଡେଇ (୧୪), ସଦାଶିବ ସାହୁ (୧୨), ପ୍ରିୟାନ୍ସୀ ମହାନ୍ତି (୧୧ ବର୍ଷ), ଶୁଭମ ମାଝୀ (୧୩ ବର୍ଷ), ସୁଶ୍ରୀମୟୀ ସାହୁ (୧୩) ଙ୍କ ଉପରେ ସାମାନ୍ୟ ଆଘାତ ପାଇଥିଲେ । ଏହି ଘଟଣାରେ ପୀରହାଟ ଥାନାରେ କେଶ୍ ନଂ ୧୮୨/୨୪, ଦଫା ୨୮୧/୧୨୫ (ଏ) / ୧୨୫ (ବି) / ବିଏନଏସ ମୂଳେ ଅଟୋ ରିକ୍ସା ଡ୍ରାଇଭର ଯଥା ବିଶ୍ୱରଜନ ମିଶ୍ରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିଲା । ଅଧିକନ୍ତୁ, ଅଟୋକୁ ତୁରନ୍ତ ଜବତ କରାଯାଇଥିଲା ଏବଂ ଡ୍ରାଇଭରକୁ ୦୪.୦୮.୨୦୨୪ ରେ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। ବର୍ତମାନ, ଆହତ ଛାତ୍ରମାନଙ୍କ ଉପରେ ଆଘାତ ନିବେଦନ ଫର୍ମ ତିହିଡି କୁ ପଠାଯାଇଛି। ଅଟୋ ସ୍ଥିତି ଯାଂଚ କରିବା ଏବଂ ଯାଂଚ ରିପୋର୍ଟ ପ୍ରଦାନ କରିବା ପାଇଁ ଆରଟିଓ ଭଦ୍ରକଙ୍କୁ ଅନୁରୋଧ ପଠାଯାଇଥିଲା। ଦୁର୍ଘଟଣା ସ୍ଥାନ ଏଥିସହ ବିଦ୍ୟାଳୟ ଆଡକୁ ଯାଉଥିବା ମୁଖ୍ୟ ରାସ୍ତାରେ ଷ୍ଟପ୍ ବ୍ୟାରିକେଡ୍ ସ୍ଥାପନ କରାଯାଇଛି, ଛାତ୍ରମାନଙ୍କ ଅଭିଭାବକ ଏବଂ ସମ୍ପୃକ୍ତ ବିଦ୍ୟାଳୟ କର୍ତୃପକ୍ଷ ସେମାନଙ୍କ ଛାତ୍ରମାନଙ୍କୁ ବହନ କରିବା ପାଇଁ ଭଲ ଅବସ୍ଥା ଥିବା ଗାଡିଗୁଡିକୁ ନିୟୋଜିତ କରିବା, ବିଦ୍ୟାଳୟ ଦ୍ୱାରା ନିୟୋଜିତ ଯାନଗୁଡିକର ଦଲିଲ ଯାଂଚ କରିବା ପାଇଁ ମୂଲ୍ୟାଙ୍କନ କରାଯାଇଛି । ଛାତ୍ରମାନଙ୍କର ଅଭିଭାବକ ତଥା ଏହିପରି ଗାଡି ଚଳାଉଥିବା ଡ୍ରାଇଭରର ଡିଏଲ୍ । ଯାନବାହାନର ଦଲିଲ ଅବସ୍ଥା ଏବଂ ଡ୍ରାଇଭରର ଡିଏଲ୍ ନିୟମିତ ଯାଂଚ ସ୍ଥାନୀୟ ପୋଲିସ ଦ୍ୱାରା ପରିଚାଳିତ ହେଉଛି । ପୋଲିସ ରିପୋର୍ଟକୁ ରେକର୍ଡ କରାଯାଇଛି। ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ଏହି ପ୍ରସଙ୍ଗରେ ଡିସି / ଡିଏମ, ଭଦ୍ରକଙ୍କଠାରୁ କୌଣସି ଉତର / ରିପୋର୍ଟ ଗ୍ରହଣ କରାଯାଇ ନାହିଁ । ସ୍କୁଲ ପିଲାମାନଙ୍କୁ ସୁରକ୍ଷିତ ଯାତାୟତ କରିବା ଦିଗରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଗୁଡିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା ରାଜ୍ୟ ସରକାରଙ୍କ ରିଜୋଲ୍ୟୁସନ ନଂ ୧୫୬୬, ତା ୧.୯.୧୬ ରିଖ ମୂଳେ ଜାରି କରାଯାଇଛି। କିନ୍ତୁ ଏହୀ ନିୟମକୁ କୌଣସି ବିଦ୍ୟାଳୟ କର୍ତୃପକ୍ଷ ମାନୁନାହାଁନ୍ତି। ଏଣୁ ଅଭିଭାବକ ତଥା ବହୁ ସ୍ୱେଚ୍ଛାସେବୀ ସଂଗଠନ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରିବହନ ପାଇଁ ବେଆଇନ୍ ଭାବେ ନିୟୋଜିତ ଅଟୋରିକ୍ସା, ଓମ୍‌ନି, ମାରୁତି ସୁଜ୍‌କି, ଟାଟା ମେଜିକ୍‌, ବୋଲେରୋ ଭଳି ଗାଡିଗୁଡିକୁ ବ୍ୟବହାର ନକରି ଆଇନ୍‌କୃତ ସ୍କୁଲ୍ ବସ୍ ଗୁଡିକ ଦ୍ୱାରା ପରିବହନ ପାଇଁ ଆବେଦନ କରିଛନ୍ତି। ତେବେ ଏ ଦିଗରେ ଜିଲାସ୍ତରୀୟ ବିଭାଗୀୟ କମିଟି ଜିଲାପାଳ, ଆରଟିଓ, ଏସ୍‌ପି, ଜିଲା ଶିକ୍ଷାଧିକାରୀ, ଏମ୍‌ଭିଆଇଙ୍କ ଦ୍ୱାରା ଯାଂଚ କରି ଏ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ଦିଗରେ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ତଲବ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏକ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ଏଭଳି ଅସୁରକ୍ଷିତ ପରିବହନ ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.