Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କବାଡ଼ି ଚୟନ ପ୍ରକିୟା ୨୭ ରେ ଅନୁଷ୍ଠିତ ହେବ

ଜିଲ୍ଲା ସ୍ତରୀୟ କବାଡ଼ି ଚୟନ ପ୍ରକିୟା ୨୭ ରେ ଅନୁଷ୍ଠିତ ହେବ

7

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ୍ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୨୭ ତାରିଖ ୨୦୨୪ ଦିନ ୮ ଟା ସମୟ ରେ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା କବାଡି ଖେଳାଳୀ ମାନଙ୍କ ର ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସଂଘ ର ସଂପାଦକ ଧିରେନ୍ ପଲାଇ ଏକ ପ୍ରେସ୍ ବିବୃତି ରେ ସୁଚନା ଦେଇଛନ୍ତି । ଖେଳାଳୀ ମାନେ ନିଜର ଜନ୍ମଗତ ପ୍ରମାଣ ପତ୍ର ଅଥବା ଆଧାର ର ନକଲ ନେଇ ଆସିଥିବେ । ସମସ୍ତେ ନିଜର ନାମ ୨୫ ତାରିଖ ସୁଧା ଦିଆଯାଇଥିବା ମୋ ନମ୍ବର ରେ ପଠାଇବା ଜରୁରୀ ଅଟେ । ୨୫ ତାରିଖ ପରେ କୌଣସି ନାମକୁ ଚୟନ ପ୍ରକିୟାରେ ସାମିଲ୍ କରାଯିବ ନାହିଁ। ସମସ୍ତ ଖେଳାଳୀ ସକାଳ ୮ ଟା ପୂର୍ବରୁ ପହଂଚିବା କୁ ସୂଚିତ କରାଗଲା । ଅଧିକ ସୂଚନା ପାଇଁ ଏହି ମୋବାଇଲ ନମ୍ବର ରେ ଯୋଗାଯୋଗ କରି ପାରିବେ ୯୪୩୭୫୧୫୦୪୪ ଓ ୯୭୭୭୬୩୩୦୧୦।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.