Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ରେ ଭଦ୍ରକ ଜିଲ୍ଲା ରାଜ୍ୟରେ ପ୍ରଥମ

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ରେ ଭଦ୍ରକ ଜିଲ୍ଲା ରାଜ୍ୟରେ ପ୍ରଥମ

11

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ସମଗ୍ର ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା। ଏହି କ୍ରମରେ ଆମ ଜିଲ୍ଲାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୨୪୩୫ ଅଙ୍ଗନୱାଡି, ୯୪ ଟି ଆଇସିଡିଏସ୍ ସେକ୍ଟର, ୮ ଆଇସିଡିଏସ୍ ପ୍ରୋଜେକ୍ଟ ଜିଲାସ୍ତରରେ ପାଳନ କରାଯାଇଥିଲା। ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ର ମୁଖ୍ୟ ବିଷୟବସ୍ତୁ ଥିଲା ସୁପୋଷିତ କିଶୋରୀ ସଶକ୍ତ ନାରୀ। ଏହି ବିଷୟବସ୍ତୁକୁ ଆଧାର କରି ୭ଟି ସହ ବିଷୟବସ୍ତୁକୁ ନେଇ ୫୫ ପ୍ରକାରର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ସମଗ୍ର ଜିଲାରେ ମୋଟ ୩,୧୯,୯୧୬ ଟି କାର୍ଯ୍ୟକ୍ରମ କରାଯାଇ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ସଫଳତାର ସହ ପାଳନ କରାଯାଇଥିଲା। ଗତ ୧୮ ତାରିଖ ଡିଏସ୍‌ଡବ୍ଲ୍ୟୁଓ କନଫେରେନ୍ସ ଅବସରରେ ମହିଳା ଓ ଶିଶୁ ବିଭାଗ ସଚିବ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ରେ ସମଗ୍ର ରାଜ୍ୟରେ ଭଦ୍ରକ ପ୍ରଥମ, ଗଂଜାମ ଦ୍ୱିତୀୟ, କେନ୍ଦ୍ରାପଡା ତୃତୀୟ ହୋଇଥିବାର ଘୋଷଣା କରିଥିଲେ। ଏହି ସଭାରେ ବିଭାଗୀୟ ନିର୍ଦ୍ଦେଶକ, ସମସ୍ତ ଅତିରିକ୍ତ ସଚିବ, ୩୦ ଜିଲାର ଡିଏସ୍‌ଡବ୍ଲ୍ୟୁଓ, ସିଡିପିଓମାନେ ଉପସ୍ଥିତ ଥିଲେ। ଭଦ୍ରକ ରାଜ୍ୟର ପ୍ରଥମ ହେବାର ଶ୍ରେୟ ଜିଲା ସମାଜକଲ୍ୟାଣ ଅଧିକାରୀ ପୁଷ୍ପଲତା ପାତ୍ର ଓ ଜିଲା ସଂଯୋଜକ ସେକ୍ ସିରାଜ ଅଖତର, ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.