Home ଜିଲ୍ଲା ପରିକ୍ରମା ମଣିଷ ଖପୁରି ହାଡ ଜବତ, ଦୁଇଜଣ ଥାନାରେ ଅଟକ

ମଣିଷ ଖପୁରି ହାଡ ଜବତ, ଦୁଇଜଣ ଥାନାରେ ଅଟକ

15

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପାଂଚଘେରିଆ ଗାଁ ନାଳ ନିକଟରୁ ମଣିଷ ଖପୁରୀ ଓ ହାଡ ଜବତ।ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବଡହବାଳିସାହି ପାଂଚଘେରିଆ ଗାଁରେ ମାଆ ଯମୁନା ନାୟକ ଓ କୌଶଲ୍ୟା ଗାୟନ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ପରେ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ଏହି ଘଟଣାର କିଛିଦିନ ପରେ ସ୍ଥାନୀୟ ଚାଷୀ ମାନେ ନାଳ ଖୋଳୁ ଥିବାବେଳେ ଜେସିବିରେ ବସ୍ତା ଲାଗିଥିଲା। ଏହି ବସ୍ତାରେ ଖପୁରୀ ଆଉ ହାଡ଼ ଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତେଜନା ଲାଗି ରହିଥିବାବେଳେ ପୁଲିସ ଦୁଇ ଯୁବକକୁ ଅଟକ ରଖିଥିଲା। ଅଟକ ଦୁଇ ଯୁବକ ଙ୍କୁ ଅପରାଧ ଘଟାଇଥିବା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିବା ସହିତ ସାଇଂଟିଫିକ ଟିମ ନେଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.