Home ଜିଲ୍ଲା ପରିକ୍ରମା ହିନ୍ଦୁ ପରିବାର ଉପରେ ଆକ୍ରମଣ ବିଷୟକୁ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର

ହିନ୍ଦୁ ପରିବାର ଉପରେ ଆକ୍ରମଣ ବିଷୟକୁ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର

10

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁଜିଦରଡା ପଂଚାୟତର ଗୋଟିଏ ହିନ୍ଦୁ ପରିବାରକୁ ଆକ୍ରମଣ ହେବା ବିଷୟକୁ ନେଇ ପୋଲିସର ନିଷ୍କ୍ରିୟତା ଯୋଗୁ ଧର୍ମରକ୍ଷା ସମିତି ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି। ଘଟଣା ଅନୁଯାୟୀ ଦୋକାନରେ ବସିଥିବା ଶୁଭମ୍ ଜେନା, ବୟସ-୧୭ଙ୍କୁ ଥଣ୍ଡା ପାନୀୟ ବିଷୟକୁ ନେଇ ଟ୍ରାକ୍ଟର ଡ୍ରାଇଭର ସହ ବଚସା ଓ ପରେ ଡ୍ରାଇଭର ଫୋନ ମାଧ୍ୟମରେ ମହମ୍ମଦ ଫରହଦ ଆଲମ (ଲୁକା) ଓ ତାର ଭାଇ ବାବୁଙ୍କୁ ଡକାଇ ମାଡ ମାରୁଥିବାବେଳେ ଶୁଭମର ମା ଓ ଭଉଣୀ ଶୁଭମକୁ ବେଂଚଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ। ଏଥିରେ ଶୁଭମର ମା’ ଆହତ ହୋଇ ଭଦ୍ରକ ମେଡିକାଲରେ ରହି ଚିକିତ୍ସିତ ହୋଇଥିଲେ। ଶୃତିପ୍ରଭା ଜେନା ନିଜ ମୋବାଇଲରେ ଘଟଣା ରେକର୍ଡ କରିଥିଲେ। ସେହି ସମୟରେ ମହମ୍ମଦ ଫରହଦ ଆଲମ (ଲୁକା) ଯୋର ଜବରଦସ୍ତ ମୋବାଇଲ ଛଡାଇ ନେଇଯାଇଥିôଲା। ମୋବାଇଲର ସମସ୍ତ ତଥ୍ୟ, ସମସ୍ତ ପ୍ରମାଣ ଓ ଶୃତିପ୍ରଭାର ସମସ୍ତ ନିଜସ୍ୱ ଡାଟା, ଫୋଟୋ, ନମ୍ବର ସବୁକିଛି ନଷ୍ଟ କରିଦିଆଯାଇଥିଲା। ଘଟଣା ଘଟିବାର ଅଢେଇ ଘଂଟା ପରେ ଲୁକାର ଲୋକ ଇମତିୟାଜ ଓ ସମସଦଙ୍କ ନେତୃତ୍ୱରେ ମୁସଲମାନମାନେ ସଙ୍ଗଠିତ ହୋଇ ଅସ୍ତ୍ରଶସ୍ତ୍ର ଧରି ଶୁଭମର ଘର ଉପରେ ଆକ୍ରମଣ କରିବା ପାଇଁ ଯାଇଥିଲେ। ଏହି ବିଷୟରେ ଶୁଭମର ବାପା ରବିନ୍ଦ୍ର ଜେନା, ମା ଓ ଭଉଣୀ ଗୁଜିଦରଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେମାନଙ୍କୁ ଅପରାହ୍ନ ୪.୩୦ ରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ଫାଣ୍ଡିର ଅଧିକାରୀ ବୁଦ୍ଧିରାମ ମହାନ୍ତି କହିଥିଲେକି ଫାଣ୍ଡି ବାହାରେ ୨୦୦ ରୁ ଉର୍ଦ୍ଧ୍ୱ ମୁସଲମାନ ଲୋକ ଉତେଜିତ ହୋଇ ରହିଥିବାରୁ ଏ ପରିବାରକୁ ଅଟକାଯାଇଥିଲା। ଲୁକା ଓ ତାର ସହଯୋଗୀମାନେ ଶୁଭମର ପରିବାରକୁ ହତ୍ୟା ଓ ଧର୍ଷଣ ପାଇଁ ଧମକ ଦେଉଛନ୍ତି। ଫାଣ୍ଡି ଅଧିକାରୀ କୌଣସି କାର୍ଯର୍ାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ସିଧା କହୁଛନ୍ତି। ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି। ଲୁକା ରାଜନୈତିକ ନେତାମାନଙ୍କୁ ଭ୍ରମିତ କରି ମିଛ କହି ସାମ୍ବାଦିକ ସମ୍ମିଳନୀ ଡକାଇ ବ୍ୟକ୍ତିଗତ ଗଣ୍ଡଗୋଳକୁ ରାଜନୈତିକ ରୂପ ଦେଇ ହିନ୍ଦୁ ପରିବାରକୁ ଅପମାନିତ କରୁଛି।

ଲୁକା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ଉଚ୍ଚ ନ୍ୟାୟାଳୟ, ଭିଜିଲାନ୍ସ କୋର୍ଟ, ଜିଲ୍ଲା କୋର୍ଟରେ ବିଚାରଧିନ ଅଛି ଏବଂ ସେ ବେଲ୍‌ରେ ଅଛନ୍ତି। ତୁରନ୍ତ ଲୁକା ଓ ତାର ଭାଇକୁ ବାବୁକୁ ଗିରଫ କରାଯାଉ। ଝିଅର ମୋବାଇଲ ନେଇ ଫର୍ମାଟ କରି ସମସ୍ତ ପ୍ରମାଣକୁ ନଷ୍ଟ କରିଥିବା ବ୍ୟକ୍ତିକୁ ଗିରଫ କରାଯାଉ। ଗୁଜିଦରଡାରେ ସାମ୍ପ୍ରଦାୟିକ ଆକ୍ରମଣକୁ ରୋକିବା ପାଇଁ ସେଠାରେ ପୋଲିସ ବ୍ୟାରେକ୍ ନିର୍ମାଣ କରାଯାଉ। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଠାରୁ ବଦଳି କରାଯାଉ ବୋଲି ଦାବୀ ହୋଇଛି। ନହେଲେ ଆସନ୍ତା ୩ ଦିନ ମଧ୍ୟରେ ଉପରୋକ୍ତ ସମସ୍ତ ଦାବୀଗୁଡିକ ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ଭଦ୍ରକ ବନ୍ଦ ଡାକରା ଦେବେ ବୋଲି ଧର୍ମରକ୍ଷା ସମିତିର ଆବାହକ ମାନସ ମହାନ୍ତି ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଧର୍ମରକ୍ଷା ସମିତିର ସଭାପତି ଡ. ଅଜୟ ପଣ୍ଡା, ସୁରେନ୍ଦ୍ରନାଥ ମହାପାତ୍ର, ଡ. ଅଜୟ ଦାସ, ସାଧାରଣ ସମ୍ପାଦକ ସଞ୍ଜିବ ଦାସ, ବଳରାମ ଜେନା, ଅମିୟ ପରିଡା, ସୌମ୍ୟରଞ୍ଜନ ବାରିକ, ପଦ୍ମନାଭ ପଣ୍ଡା, ଅଧିବକ୍ତା ଅଶ୍ୱିନୀ ଦାସ, ବିଭାସ ନାଥ, ଗୌରାଙ୍ଗ ଜେନା ସହ ସଙ୍ଗଠନର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.