Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ

ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ

24

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାରଙ୍କ ଆଲଟମେଂଟ ଆସିଥିଲେ ମଧ୍ୟ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳଗିରି ରବି ସାହୁ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଦରମା ଅଟକ ରଖିଛନ୍ତି । ଦୁର୍ଗାପୂଜା ଥିବାରୁ ତାଙ୍କୁ ଦରମା ଦେବାକୁ ଅନୁରୋଧ ପତ୍ର ଦିଆଯାଇଥିବା ସ୍ଥଳେ ସେ \’କାପା\’ ଓ \’କେସ୍ ବୁକ୍ \’ ନ ହେଲେ ଦରମା ଦିଆଯିବ ନାହିଁ , ଏଥିପାଇଁ ସରକାରୀ ନିର୍ଦ୍ଦେଶ ଅଛି ବୋଲି ମିଥ୍ୟା ଧମକ ଦେଉଛନ୍ତି । ଏପରିକି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁକମ୍ପା ଦେଖାଇ ଦରମା ପ୍ରଦାନ କରିଥିବାବେଳେ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଦରମା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିବା, କଲେଜରେ ବାରମ୍ବାର ଅଶାନ୍ତି ସୃଷ୍ଟି କରିବାକୁ ଅନ୍ୟମାନଙ୍କୁ ଉସୁକାଇବା, କଲେଜରେ ବିଭିନ୍ନ ଅନର୍ସ ଡିପାର୍ଟମେଂଟରେ ଗଣେଶ ପୂଜା ବନ୍ଦ କରିବାକୁ ନୋଟିସ ଜାରୀ କରିବା ଓ ପୂଜା ପାଳନ କରିଥିବା ବିଭାଗକୁ କାରଣ ଦର୍ଶାଅ ନୋଟିସ୍ ମାଧ୍ୟମରେ ଧମକ ଦେବା ପରି ସଙ୍ଗୀନ୍ ଅଭିଯୋଗ ସମ୍ୱନ୍ଧରେ ଚର୍ଚ୍ଚା ହେଉଛି । ଅଧ୍ୟକ୍ଷଙ୍କ ଏପରି ମନମୁଖୀ କାର୍ଯ୍ୟ କୁ ବନ୍ଦ୍ କରିବା ସହିତ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.