Home ଜିଲ୍ଲା ପରିକ୍ରମା ଫୁଲ ତୋଳିବାକୁ ଯାଇ ବୁଡି ଗଲେ ଛାତ୍ର

ଫୁଲ ତୋଳିବାକୁ ଯାଇ ବୁଡି ଗଲେ ଛାତ୍ର

16

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋବିନ୍ଦପୁର ଗ୍ରାମର ରବି କର ଜେନାଙ୍କ ପୁଅ ସୌରଭ ଜେନା(୧୪)ଙ୍କ ପୋଖରିରେ ବୁଡି ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୌରଭ ନିକଟସ୍ଥ ଗଣେଷ ପ୍ରସାଦ ପୁରୁଷୋତ୍ତମ ସେଠୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର । ସେ ମଧ୍ୟାହ୍ନରେ ଘରର ଅନତି ଦୂରରେ ଥିବା ପୋଖରିକୁ ଫୁଲ ତୋଳିବାକୁ ଯାଇଥିଲେ,ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତର ଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳ ବିଜେପି ନେତା ଡ. ସୁଧାଶୁଂ ନାୟକ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ । ଅନ୍ୟ ପକ୍ଷରେ ସୌରଭ ପଢୁଥିବା ସ୍କୁଲରେ ଶୋକ ସଭା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.