Home ଜିଲ୍ଲା ପରିକ୍ରମା ବିବାଦରେ ଗୋପିନାଥପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ୨୫୦କୁଇଂଟାଲ ଚାଉଳର ଅର୍ଥ ନିଜ ଦରମାରୁ ଭରଣା...

ବିବାଦରେ ଗୋପିନାଥପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ୨୫୦କୁଇଂଟାଲ ଚାଉଳର ଅର୍ଥ ନିଜ ଦରମାରୁ ଭରଣା କରିବାକୁ ନିର୍ଦେଶ

55

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଗୋପିନାଥ ପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ୨୫୦କୁଇଂଟାଲ ଚାଉଳର ଅର୍ଥ ଭରଣା କରିବାକୁ ଭଦ୍ରକ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଗୋପିନାଥ ପୁର ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ ସେପ୍ଟମ୍ବର ୨୦୨୧ ମସିହାରେ ନିଜ ନାମରେ ଚାଉଳ ଉଠାଇ ଗୋପିନାଥ ପୁର ପଂଚାୟତରେ ବାଂଟିବା ପାଇଁ ନିର୍ଦେଶ ଆସିଥିଲା। ମାତ୍ର ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଚାଉଳ ଉଠାଇବା ପରେ ଅଂଚଳବାସୀ ଙ୍କ ମଧ୍ୟରେ ବଂଟନ କରି ନଥିଲେ ବୋଲି ଅଂଚଳବାସୀ ଅଭିଯୋଗ ଆଣିଥିଲେ। ପରେ ଏହି କଥାକୁ ନେଇ ବହୁ ତୁମ୍ବୀ ତୋଫାନ ଉଠିଥିଲା। ପରେ ଏ ନେଇ ଗୋପିନାଥ ପୁରର ସାମାଜିକ କର୍ମୀ ଶରତ ସେନାପତି ସୁଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ଉପ ଜିଲ୍ଲାପାଳଙ୍କ ଅଫିସରୁ ମଗାଇଥିଲେ। ଏହି ସମସ୍ତ ତଥ୍ୟ ମିଳିବା ପରେ ସେ ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ ୨୫୦କୁଇଂଟାଲ ଚାଉଳ ବାଟ ମାରଣା କରିଥିଲେ ବୋଲି ଦର୍ଶାଇ ଥିଲେ। ପରେ ଉପ ଜିଲ୍ଲାପାଳ ମନୋଜ ପାତ୍ର ଏ ନେଇ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚାଉଳ ବଂଟନ କରିଥିବା ଏବଂ ସଂପୃକ୍ତ ଜନତାଙ୍କ ପାଖରୁ ଆଣିଥିବା ଦସ୍ତଖତ (ବିକ୍ରି ଖାତା) ଆଣି ପୈଠ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ମାତ୍ର ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ବାବଦରେ କୌଣସି ଦସ୍ତଖତ ଦାଖଲ କରି ପାରି ନଥିଲେ। ଫଳରେ ଉପ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୫୨୭/୧୬ଅଗଷ୍ଟ ୨୦୨୪ରେ ସଂପୃକ୍ତ ଧିରେନ୍ଦ୍ର ନାୟକ ଉପ ଜିଲ୍ଲାପାଳଙ୍କ କୋର୍ଟରେ ଉପସ୍ଥିତ ରହିଥିଲେ ମଧ୍ୟ ଚାଉଳ ଦେଇଥିବାର କୌଣସି ପ୍ରମାଣ ପତ୍ର ଦାଖଲ କରି ପାରି ନଥିଲେ ଏବଂ ଗତ ଫେବୃଆରୀ ମାସରେ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ କାଗଜାତ ଦେବାରେ ଧିରେନ୍ଦ୍ର ନାୟକ ବିଫଳ ହୋଇଥିଲେ। । ପରେ ଗତ ଅଗଷ୍ଟ ୧୬ ତାରିଖରେ ଉପ ଜିଲ୍ଲାପାଳ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଦରମାରୁ ୨୫୦ କୁଇଂଟାଲ ଚାଉଳର ଅର୍ଥ ଭରଣା କରିବାକୁ ନିର୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.