Home ଜିଲ୍ଲା ପରିକ୍ରମା ଧାମନଗର : ପବିତ୍ର ଗଣେଶ ପୂଜା ଓ ମହମ୍ମଦଙ୍କ ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟି...

ଧାମନଗର : ପବିତ୍ର ଗଣେଶ ପୂଜା ଓ ମହମ୍ମଦଙ୍କ ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟି ବୈଠକ, ଡିଜେ କୁ ନା

7

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ର ପବିତ୍ର ଗଣେଶ ପୂଜା ଓ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଧାମନଗର ପଂଚାୟତ ସମିତି ସଭାଗୃହ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟିର ଆବାହକ ତହସିଲଦାର ଦୀପକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇଟି ପର୍ବ ଧାମନଗର ଅଂଚଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଏନଏସି ଅଧ୍ୟକ୍ଷା ନିବେଦିତା ଜେନା,ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ମହାପାତ୍ର, ଥାନାଅଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ ଙ୍କ ସମେତ ଶାନ୍ତି କମିଟି ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଏନଏସି ନିର୍ବାହୀ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ ସମେତ ସରକାରୀ ଅଧିକାରୀ ଯୋଗଦେଇଥିଲେ।ବୈଠକରେ ଏସଡିପିଓ ତ୍ରିଲୋଚନ ସେଠୀ ଆଗାମୀ ପର୍ବ ପର୍ବାଣୀ ରେ ଡିଜେ ବଜାଇବା ଓ ମଦ୍ୟପାନ ବନ୍ଦ କରିବା ପାଇଁ ଜୋର ଦେଇଥିବାବେଳେ ଏହାକୁ କଢାକଢି ଭାବେ ପାଳନ କରିବାକୁ ଧାମନଗର ଜନସାଧାରଣଙ୍କୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.