Home ଜିଲ୍ଲା ପରିକ୍ରମା ଦୈସିଂ ପଂଚାୟତରେ ଆବାସ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କ ଅନୁସନ୍ଧାନ ପକ୍ଷଙ୍କ କ୍ଷେତ୍ରୀୟ ତଦନ୍ତ

ଦୈସିଂ ପଂଚାୟତରେ ଆବାସ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କ ଅନୁସନ୍ଧାନ ପକ୍ଷଙ୍କ କ୍ଷେତ୍ରୀୟ ତଦନ୍ତ

5

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ବ୍ଲକ ଅଧିନ ଦୈସିଂ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଓଡିଶା ଲୋକାୟୁକ୍ତଙ୍କ ପକ୍ଷରୁ ନିୟୋଜିତ ଅନୁସନ୍ଧାନ ପକ୍ଷ ଅଧିକାରିଣୀ ସସ୍ମିତା ଲେଙ୍କା କ୍ଷେତ୍ରୀୟ ତଦନ୍ତ କରିଛନ୍ତି। ଆଜି ଅଧିକାରିଣୀ ଶ୍ରୀମତୀ ଲେଙ୍କା ପଂଚାୟତର ବିଭିନ୍ନ ସାହିର ଘରକୁ ଘର ବୁଲି ତଦନ୍ତ କରିଛନ୍ତି । ତେବେ ତଦନ୍ତ ବାବଦରେ ଗଣମାଧ୍ୟମ ପ୍ରତିନିଧଙ୍କୁ କଛି ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶଥାଉକି, ଭଦ୍ରକ ବ୍ଲକ ଅଧିନସ୍ଥ ଦୈସିଂ ପଂଚାୟତରେ ୨୦୧୯-୨୦ ଆର୍ôଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତିଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖେ ଅଭିଯୋଗ ହୋଇଥିଲା। ବହୁ ଭୂତ ହିତାଧିକାରୀଙ୍କ ନାମରେ ଅନୁଦାନ ମଞ୍ଜୁର କରାଯାଇ ତାହାକୁ ପଂଚାୟତସ୍ତୀୟ ଲୋକ ପ୍ରତିନିଧି ଓ ଅଫିସର ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଜଣାଶୁଣା ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ଗତ ୩.୫.୨୩ ତାରିଖରେ ଓଡିଶା ଲୋକାୟୁତଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଗ୍ରହଣ କରି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ୨୦୨/୨୦୨୩ ନମ୍ବରରେ ଭଦ୍ରକ ଜିଲ୍ଲାପାଳ ଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କୁ ପକ୍ଷଭୂକ୍ତ କରି ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.