Home ଜିଲ୍ଲା ପରିକ୍ରମା ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଭଦ୍ରକ ପୌର ନିର୍ବାହୀ ଅଧିକାରୀଙ୍କୁ ଆର୍ଥିକ...

ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଭଦ୍ରକ ପୌର ନିର୍ବାହୀ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡାଦେଶ

9

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏକ ଉପଭୋକ୍ତା ଜନିତ ମାମଲା ର ବିଚାର କରି ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟରେ ଭଦ୍ରକ ପୌରପାଳିକା ପୌରନିର୍ବାହୀ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିବରଣୀରୁ ପ୍ରକାଶ ଯେ, ଭଦ୍ରକ ସହରାଚଂଳ ୩୦ନମ୍ବର ୱାର୍ଡ ଅଧିନ ବାଲିପାଟଣା ଗାଁର ସ୍ୱର୍ଗତ ଶୁକଦେବ ନାୟକଙ୍କ ପୁଅ ଦେବଦତ ନାୟକ ଜଣେ ଶିକ୍ଷିତ ବେକାର ଯୁବକ । ସେ ରୋଜଗାର କରି ସ୍ୱାବଲମ୍ବୀ ହେବାକୁ ଭଦ୍ରକ ପୌରପାଳିକାର ପ୍ରକାଶିତ ବିଜ୍ଞାପନ ମୁତାବକ ଦୋକାନଘର ନେବା ପାଇଁ ଗତ ୨୫.୧.୯୯ତାରିଖରେ ୫ହଜାର ଟଙ୍କା ଓ ଗତ ୨୩.୭.୦୫ତାରିଖରେ ୧୧ହଜାର ଟଙ୍କାକୁ ମିଶାଇ ମୋଟ ୧୬ହଜାର ଟଙ୍କା ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ତେବେ ପୌରକର୍ତୃପକ୍ଷ ଦେବଦତଙ୍କୁ ଦୋକାନ ଘର ଦେବାକୁ ଅକ୍ଷମ ହୋଇଥିଲେ । ପରବର୍ତୀ ସମୟରେ ସହରରେ ପୌରପାଳିକା ପକ୍ଷରୁ ବିଭିନ୍ନ ମାର୍କେଟ କଂପ୍ଲେକ୍ସ ନିର୍ମିତ ହୋଇଥିଲେ ବି ତାଙ୍କୁ ଦୋକାନ ଘରଟିଏ ଦିଆଯାଇନଥିଲା । ବିଭିନ୍ନ ଆଳରେ ପୌରକର୍ତୃପକ୍ଷଡ଼ ତାଙ୍କୁ ଗତ ୨୦୨୦ଯାଏଁ ଭୁଆଁ ବୁଲାଇ ଦୋକାନ ଘରଟିଏ ଯୋଗାଇ ନଥିଲେ । ଶେଷରେ ଉପଭୋକ୍ତା ଦେବଦତ ନିରାଶ ହୋଇ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟେଗାରେ ଆଶ୍ରୟ ନେଇଥିଲେ । ତାଙ୍କ ଅଭିଯୋଗକ୍ରମେ ଏକ ମାମଲା(ସିସି ନମ୍ବର-୧୪/୨୦୨୦)ରୁଜୁ ହୋଇଥିଲା ଓ ପୌର ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଏହି ମାମଲାରେ ପୌର ନିର୍ବାହୀ ଅଧିକାରୀ ହାଜର ହୋଇ ତାଙ୍କ ଜବାବରେ ପୌରପାଳିକାର ୯ଟି ଦୋକାନଘର ପାଇଁ ୨୪ଜଣ ଆବେଦନକାରୀ ଥିବାରୁ ଆବେଦନକାରୀ ଦେବଦତଙ୍କୁ ଦୋକାନଘର ଦିଆଯାଇ ପାରିନଥିବା ଦର୍ଶାଇବା ସହ ତାଙ୍କୁ ଟଙ୍କା ଫେରସ୍ତ ଲାଗି ଜବାବରେ ସମ୍ମତି ପ୍ରକାଶ କରିଥିଲେ । ଏହି ମାମଲାର ବିଚାର କରି ଭଦ୍ରକ ଉପଭୋକ୍ତା ଆୟୋଗ ସଭାପତି ଶିବପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ତାଙ୍କ ରାୟରେ ଭଦ୍ରକ ପୌରପାଳିକାର ପୌରନିର୍ବାହୀ ଅଧିକାରୀ ଉପଭୋକ୍ତା ଦେବଦତ ନାୟକଙ୍କୁ ମୂଳ ଜମା ଟଙ୍କା ୧୬ହଜାର ଟଙ୍କା ସହ ଗତ ୨୩.୭.୨୦ତାରିଖରୁ ବାର୍ଷିକ ୬ପ୍ରତିଶତ ସୁଧ ବାବଦକୁ ୧୮ହଜାର ୩୬୦ଟଙ୍କାକୁ ମିଶାଇ ୩୪ହଜାର ୩ଶହ ଟଙ୍କା ରାୟ ପ୍ରକାଶର ୩୦ଦିନ ମଧ୍ୟରେ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହାର ଖିଲାପ ହେଲେ ଟଙ୍କା ପ୍ରଦାନ ଯାଏଁ ବାର୍ଷିକ ୯ପ୍ରତିଶତ ସୁଧ ସହ ଉକ୍ତ ଟଙ୍କା ପୌଠ କରିବାକୁ ଆଦେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.