Home ଜିଲ୍ଲା ପରିକ୍ରମା ଯାଜପୁର ପୁଲିସର ପୁଣି ଦୋବଲରେ ସୁନା ଦୋକାନ ଉପରେ ଚଡଉ, ଜଣେ ଅଟକ

ଯାଜପୁର ପୁଲିସର ପୁଣି ଦୋବଲରେ ସୁନା ଦୋକାନ ଉପରେ ଚଡଉ, ଜଣେ ଅଟକ

19
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଦୋବଲ ଅଂଚଳ ବିଭିନ୍ନ ସମୟରେ ଚୋରୀ ସାମଗ୍ରୀ ର ପେଣ୍ଠ ସ୍ଥଳି ପାଲଟିଛି ବିଶେଷ କରି ଚୋରୀ ସୁନା ଚୋର ମାନେ ଦୋବଲ ର ବିଭିନ୍ନ ସୁନା ଦୋକାନ ରେ ବିକ୍ରୀ କରାଯାଉଥିବା ପ୍ରମାଣ ମିଳିଛି। ସୂଚନା ଥାଉକି ଧାମନଗର ଦୋବଲ ରାସ୍ତାର ମଧ୍ୟ ସ୍ଥଳ ରେ ଏକ ବସ୍ତି ର କିଛି ନିର୍ଦ୍ଦିଷ୍ଟ ବେକ୍ତି ମାନେ ଦୀର୍ଘବର୍ଷ ହେବ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସ୍ଥାନରୁ ସୁନା ଅଳଙ୍କାର ଚୋରୀ କରି ଧାମନଗର ଓ ଦୋବଲ ଅଂଚଳ ରେ ଥିବା କେତେକ ସୁନା ଦୋକାନ ରେ ଚୋର ମାନେ ଚୋରୀ ସୁନା ବିକ୍ରୀ କରନ୍ତି। ଯାଜପୁର ଜିଲ୍ଲାର ଟାଉନ ଥାନା ଅଂଚଳରେ ହୋଇଥିବା ଏକ ଚୋରି ଘଟଣାରେ ଯାଜପୁର ଟାଉନ ଥାନା ପୋଲିସ ଅଗଷ୍ଟ ୩୦ ରାତିରେ ଆସି ଦୋବଲ ନିକଟ ବେଲମଳା ରୁ ଜଣେ ଯୁବକଙ୍କୁ ଉଠାଇ ନେଇଥିବା ବେଳେ। ରବିବାର ସଂଧ୍ୟାରେ ଦୋବଲ ବଜାର ରେ ଥିବା ନୀୟୁ ଅମ୍ବିକା ସୁନା ଦୋକାନ ର ମାଲିକ ଶମ୍ଭୁନାଥ ସାହୁ ଙ୍କୁ ଯାଜପୁର ପୋଲିସ ପଚାର ଉଚରା କରିବା ସହ ଅଧିକ ତଦନ୍ତ ପାଇଁ ପୋଲିସ ଶମ୍ଭୁ ଙ୍କୁ ଯାଜପୁର ନେଇ ଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ପୋଲିସ ଟିମ୍ ଧାମନଗର ପୋଲିସ ସହାୟତାରେ ମୁସ୍ତଫାପୁରର ବେଲମଳା ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗାଁର ୩୫ ବର୍ଷୀୟ ମନୋଜ କୁମାର ନାୟକଙ୍କୁ ଉଠାଇ ନେଇଥିଲା। ମନୋଜଙ୍କ ଘର କେନ୍ଦୁଆପଦା ଅଞ୍ଚଳରେ ହେଲେ ସେ ବେଲମଳାରେ ରହୁଥିଲେ। ପୋଲିସ ତାଙ୍କୁ ଉଠାଇ ନେଇ ଯାଜପୁର ଥାନାରେ ପଚରାଉଚରା କରୁଛି। ପ୍ରକାଶ ଥାଉକି କି ଏହି ସୁନା ଚୋରୀ ଘଟଣା ର ଯାଜପୁର ପୋଲିସ କୁ ବେଶଖୁରାକ ଯୋଗାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.