Home ଜିଲ୍ଲା ପରିକ୍ରମା ସ୍ୱାୟତ ଶାସନ ଦିବସରେ ପୌରାଧ୍ୟକ୍ଷଙ୍କ ଦ୍ୱାରା କାଉନ୍‌ସିଲରଙ୍କ ପ୍ରତୀକ୍ଷାଳୟ ଉଦ୍‌ଘାଟିତ

ସ୍ୱାୟତ ଶାସନ ଦିବସରେ ପୌରାଧ୍ୟକ୍ଷଙ୍କ ଦ୍ୱାରା କାଉନ୍‌ସିଲରଙ୍କ ପ୍ରତୀକ୍ଷାଳୟ ଉଦ୍‌ଘାଟିତ

21

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବେଶ୍ ଉତ୍ସାହର ସହ ଭଦ୍ରକ ପୌରପାଳିକାରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଭଦ୍ରକ ପୌରପାଳିକା ତରଫରୁ ସକାଳେ ବିଭିନ୍ନ ଛକମାନଙ୍କରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପୌରପାଳିକା ପରିସରରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ପତାକା ଉତୋଳନ କରିଥିଲେ । ଏହାପରେ ପୌରପାଳିକା ପରିସରରେ କାଉନ୍‌ସିଲରମାନଙ୍କର ଏକ ପ୍ରତୀକ୍ଷାଳୟକୁ ପୌରାଧ୍ୟକ୍ଷା ଗୁଲମକୀ ହବିବ ଉଦ୍‌ଘାଟନ କରିଥିଲେ । ପତାକା ଉତୋଳନ ସମୟରେ ପୌରପାଳିକାର ବହୁ କାଉନସିଲରଙ୍କ ସମେତ ଜେଇ ଲାଲା ଦେବାଶିଷ ରାୟ, ହେଡ୍ ଆସିଷ୍ଟାଂଟ ଦେବାନନ୍ଦ ଭଟ୍ଟାଚାର୍ଯ୍ୟ, ରଂଜିତ ମିଶ୍ର, ଅମରେନ୍ଦ୍ର ପୁହାଣ, ସେକ୍ ଜମାଲୁଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିଲେ । ପତାକା ଉତୋଳନ ପରେ ଭଦ୍ରକ ମେଡିକାଲରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଅର୍ଣ୍ଣପାଳସ୍ଥିତ ଟ୍ରିଟ୍‌ମେଂଟ ପ୍ଲାଂଟରେ ବୃକ୍ଷରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.