Home ଜିଲ୍ଲା ପରିକ୍ରମା ଭଦ୍ରକ ମେଡିକାଲରେ ହଇଜା ରୋଗୀଙ୍କୁ ଭେଟିଲେ ଭଦ୍ରକ ସାଂସଦ ଓ ବିଧାୟକ

ଭଦ୍ରକ ମେଡିକାଲରେ ହଇଜା ରୋଗୀଙ୍କୁ ଭେଟିଲେ ଭଦ୍ରକ ସାଂସଦ ଓ ବିଧାୟକ

16

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାକୁ ଲାଗିଥିବା ବଗମରା ଆଦିବାସୀ ବସ୍ତିଟି ଭିଭିଆଇପି କଲୋନୀ ହାଉସିଂ ବୋର୍ଡ ତଥା ଜିଲାପାଳ, ଏସ୍‌ପି ଓ ମୁଖ୍ୟ ବିଚାରପତିଙ୍କ କଲୋନୀ ନିକଟରେ ହୋଇଥିଲେ ମଧ୍ୟ ଏହି ପଂଚାୟତରେ ୩ଟି ଆଦିବାସୀ ବସ୍ତି ରହିଛି । ଗେଲଟୁଆ ପଂଚାୟତ ଜଳଙ୍ଗା କେନାଲ ବନ୍ଧରେ ଅଛି ଆଦିବାସୀ ପଡା । ଅନୁରୂପ ରେଳପଥକୁ ଲାଗି ରହିଛି ଅନ୍ୟ ଏକ ଆଦିବାସୀ କଲୋନୀ । ଏହି ରାସ୍ତାଦେଇ ଗଲେ ପଡେ ବଗମରା ଗ୍ରାମ । ତେବେ ଏହି ଗେଲଟୁଆ ଅଂଚଳରେ କିଛିଦିନ ହେବ ଦେଖାଦେଇଛି ହଇଜା । ହଇଜା ଆକ୍ରାନ୍ତକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବାବେଳେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସେମାନଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏହି ଡାକ୍ତରଖାନା ଗସ୍ତ କରିବା ଅବସରରେ ଉଭୟ ସାଂସଦ ଓ ବିଧାୟକ ତାର ପରିବେଶ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ୟା ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.