Home ଜିଲ୍ଲା ପରିକ୍ରମା ବାପା-ମା’ଙ୍କୁ ଆକ୍ରମଣ କରି ପୁଅ ଗିରଫ

ବାପା-ମା’ଙ୍କୁ ଆକ୍ରମଣ କରି ପୁଅ ଗିରଫ

31

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୁବେରା ପଂଚାୟତ ମନ୍ଦାରମାଳ ଗ୍ରାମର ବାପା-ମା’ଙ୍କୁ ଆକ୍ରମଣ କରି ପୁଅ ଗିରଫ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏ ସମ୍ପର୍କରେ ପୁଲିସ ୩୯୦/୨୪ ମକଦ୍ଦମା ରଜୁ କରି ଅଭିଯୁକ୍ତ ବିଜୟ କୁମାର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୨୭ ତାରିଖ ଦିନ ବିଜୟ ଜେନା ବାହାରୁ ଘରକୁ ଆସିଥିଲେ । ସେହିଦିନ ବିଜୟଙ୍କ ପତ୍ନୀ ଝିଲି ଜେନା ତାଙ୍କ ଶଶୁର ବାବାଜୀ ଓରଫ ନିରକାର ଜେନା ଓ ଶାଶୂ ଚନ୍ଦା ଜେନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ପୁଅ ବିଜୟ ଜେନା ବାପା-ମା’ଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବେକରେ ଆଘାତ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ୧୧୨କୁ ଫୋନ କରିଥିଲେ । ତିହିଡ଼ି ପୁଲିସ ସେଠାରେ ପହଂଚି ଆହତ ନିରାକାର ଓ ଚନ୍ଦାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନା ପଠାଇଥିଲେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.