Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ୭ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଏସ୍‌ୟୁଜେ ଭଦ୍ରକ ପକ୍ଷରୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ୭ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଏସ୍‌ୟୁଜେ ଭଦ୍ରକ ପକ୍ଷରୁ ଦାବିପତ୍ର ପ୍ରଦାନ

11

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ସାମ୍ବାଦିକମାନେ ନିଜ ଜୀବନକୁ ଭୃକ୍ଷେପ ନ କରି ସଦାସର୍ବଦା ଜନଗଣଙ୍କ ସେବାରେ ନିୟୋଜିତ ରହିଆସିଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ଘରେ ଜୀବନ ବଂଚାଇବାକୁ ସଂଘର୍ଷ କରୁଥିବା ବେଳେ ନିଜ ଜୀବନକୁ ବିପନ୍ନ କରି ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ପଛଘୁଂଚା ଦେଇ ନାହାନ୍ତି । ମାତ୍ର ସରକାର ସାମ୍ବାଦକିଙ୍କୁ ସବୁ ସମୟରେ ଅଣଦେଖା କରିଆସିଛନ୍ତି । ରାଜ୍ୟରେ ସରକାରର ପରିବର୍ତନ ହୋଇଥିବା ବେଳେ ସାମ୍ବାଦିକମାନେ ସରକାରଙ୍କଠାରୁ ତାଙ୍କର ନ୍ୟାର୍ଯ୍ୟଦାବି ପାଇବା ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଇଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍‌ସ, ଓଡ଼ିଶା ଭଦ୍ରକ ଶାଖା ପକ୍ଷରୁ ରାଜ୍ୟ ସଂଘର ନିଷ୍ପତି ମୂଳେ ୭ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବନିମ୍ନ ୨୦ ହଜାର ଟଙ୍କା ମାସିକ ଭତା ପ୍ରଦାନ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ୨୫ ହଜାର ଟଙ୍କା ମାସିକ ପେନ୍‌ସନ୍‌, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାରେ ବାପା ମାଆଙ୍କୁ ସାମିଲ କରିବା ସହିତ ବୀମା ରାଶୀ ୨୦ ଲକ୍ଷକୁ ବୃଦ୍ଧି, ରାଜ୍ୟ ରାଜଧାନୀରେ ୧୦୦ ଶଯ୍ୟା ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ନିର୍ମାଣ, ସାମ୍ବାଦିକଙ୍କୁ ମୃତ୍ୟୁକାଳୀନ ସହାୟତା ୨୫ ଲକ୍ଷ ଟଙ୍କା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଭଳି ଦାବି ନେଇ ରାଜ୍ୟ ସଂଘ ଉପସଭାପତି ବାସୁଦେବ ତ୍ରିପାଠୀ, ଜିଲ୍ଲା ସଂଘ ସଭାପତି ପ୍ରତାପ କୁମାର ଦାସ, ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର, ମୁଖ୍ୟଉପଦେଷ୍ଟା ନୀହାର ଦାସ, ଉପଦେଷ୍ଟା ତପନ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର, ଉପସଭାପତି ଶିବାନନ୍ଦ ଦାସ, ରଜତ କୁମାର ପଣ୍ଡା, ସହସମ୍ପାଦକ ସନାତନ ରାଉତ, କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ପଣ୍ଡା, ସଂଜୀବ ମହାନ୍ତି, ସଦସ୍ୟ ଜଗନ୍ନାଥ ନାୟକ, ଗୋଲାମ ଜିଲାନୀ ହବିବି, ଓମ୍‌ପ୍ରକାଶ ମିଶ୍ର, ଗିରିବାଳା ସ୍ୱାଇଁ, ପ୍ରମୋଦ ରାୟ ପ୍ରମୁଖ ଜିଲ୍ଳାପାଳ ଦିଲିପ କୁମାର ରାଉତରାୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.