Home ଜିଲ୍ଲା ପରିକ୍ରମା ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ଟାଟା ମ୍ୟାଜିକ ଦୁର୍ଘଟଣା ଗ୍ରସ୍ତ, ମେଡିକାଲରେ ଭର୍ତି ହେଲେ...

ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ଟାଟା ମ୍ୟାଜିକ ଦୁର୍ଘଟଣା ଗ୍ରସ୍ତ, ମେଡିକାଲରେ ଭର୍ତି ହେଲେ ଆହତ ଛାତ୍ରଛାତ୍ରୀ

15

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୋଣ୍ଡା ଠାରେ ଥିବା ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ର ଏକ ଗାଡି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଛାଡିବାକୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏକ ଟାଟା ମ୍ୟାଜିକ ଗାଡିର ନିଶାସକ୍ତ ଚାଳକ ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ଗାଡିକୁ ପୁରାଇ ଦେଇଥିଲା ।ପରେ ସ୍ଥାନୀୟ ଲୋକ ଙ୍କ ସହଯୋଗ ଏବଂ ଏକ ଟ୍ରାକ୍ଟର ସାହାଯ୍ୟ ରେ ଏହି ଟାଟା ମ୍ୟାଜିକ ଗାଡିକୁ ଉଦ୍ଧାର କରା ଯାଇଥିବା ସହ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।ଏହି ଗାଡ଼ିରେ ୧୩ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ୪ଜଣ ଛାତ୍ର ଛାତ୍ରୀ ପାଣି ପିଇ ଅଚେତ ହୋଇ ଯାଇଥିଲେ ଯାଇଥିଲେ । ପ୍ରଥମେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉଦ୍ଧାର କରାଯାଇଥିଲା ମାତ୍ର ସେମାନଙ୍କ ମଧ୍ୟରୁ ୪ଜଣ ଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ଚାନ୍ଦବାଲି ଏବଂ ତିହିଡି ମେଡିକାଲ କୁ ସ୍ଥାନାନ୍ତରିତ କରା ଯାଇଛି । ଅନ୍ୟ ୯ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଘରକୁ ପଠାଇଦିଆ ଯାଇଛି । କେଉଁ ପରିସ୍ଥିତି ରେ ସମ୍ପୃକ୍ତ ଗାଡି ର ଫିଟନେସ ନ ଥିବା ସହ ମଦ୍ୟପ ଚାଳକ ଙ୍କ ହାତରେ କିପରି ବେସରକାରୀ ବିଦ୍ୟାଳୟ ର ପରିଚାଳନା ଚାଲିଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.