Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ଓ ଯୌନ ନିର୍ଯ୍ୟାତନାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଅପହରଣ ଓ ଯୌନ ନିର୍ଯ୍ୟାତନାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

22

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକା ନାବାଳିକା ଅପହରଣ ଓ ଯୌନ ନିର୍ଯ୍ୟାତନାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ପୁନଶ୍ଚ ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭଦ୍ରକର ଅତିରିକ୍ତ ଆଡହକ୍ ସ୍ୱତନ୍ତ୍ର ପୋସ୍କୋ ତଥା ଅତିରିକ୍ତ ଜିଲା ଜଜ୍ ମିନତୀ ପଣ୍ଡା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୨୦୧୬ ମସିହା ଜୁଲାଇ ୮ ତାରିଖରେ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ସୁଦର୍ଶନପୁର ଗ୍ରାମନିବାସୀ ବୃନ୍ଦାବନ ମଳିକ ଥାନାରେ କରିଥିବା ଅଭିଯୋଗ ମୂଳେ ତାଙ୍କ ନାବାଳିକା କନ୍ୟା ପଡୋଶୀ ରାଧାବଲ୍ଲଭପୁର ଗ୍ରାମରେ ଥିବା ମଙ୍ଗଳା ମନ୍ଦିରକୁ ପୂଜା ପାଇଁ ଯାଇଥିବାବେଳେ ଘରକୁ ନଫେରି କେଉଁଆଡେ ପଳାଇ ଯାଇଥିଲା । ଏ ସଂପର୍କରେ ଥାନାରେ କେଶ୍ ନଂ ୨୬୮/୨୦୧୬ ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ବାଂଶଡା ଥାନା ଅଧୀନସ୍ଥ କେଶରପୁର ଗ୍ରାମନିବାସୀ ସନାତନ ସାହୁଙ୍କ ପୁତ୍ର କୃପାସିନ୍ଧୁ ଓରଫ ମୁନ୍ନା (୩୦) ତାଙ୍କ କନ୍ୟାଙ୍କୁ ଅପହରଣ କରି ସୁଦୂର ହାଇଦ୍ରାବାଦରେ ରଖିଛି । ଫଳରେ ପୁଲିସ୍ ସେଠାରୁ ତାକୁ ଉଦ୍ଧାର କରିବା ପରେ ନାବାଳିକାର ବୟାନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିବା ସହ ତାହା ବିରୁଦ୍ଧରେ ଅପହରଣ ଓ ଧର୍ଷଣ ଭଳି ସଂଗୀନ ଦଫାରେ ଚାର୍ଜସିଟ୍ ଦାଖଲ କରିଥିଲା । ଅଭିଯୁକ୍ତ ଜାମିନ୍‌ରେ ଥିଲେ ବି ଆଜି ମାନ୍ୟବର କୋର୍ଟ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୬୬ / ୩୭୬ ଓ ନାବାଳିକା ଯୌନ ନିର୍ଯ୍ୟାତନା ଆଇନ୍‌ର ଦଫା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଆଦେଶ ଶୁଣାଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଓକିଲ ବଟକୃଷ୍ଣ ଦାସ ଓ ପ୍ରଦୀପ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.