Home ଜିଲ୍ଲା ପରିକ୍ରମା ନଳାଙ୍ଗ-ମଙ୍ଗଳପଦା କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ନଳାଙ୍ଗ-ମଙ୍ଗଳପଦା କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

10

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଯାଜପୁର ଜଳସେଚନ ବିଭାଜନ ଓ ଭଦ୍ରକ ଆଖୁଆପଦା ଉପବିଭାଜନ ଅଧୀନରେ ଥିବା ନଳାଙ୍ଗ ମଙ୍ଗଳାପଦା କେନାଲବନ୍ଧ ରାସ୍ତାଟି ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ୧୬ନଂ ଜାତୀୟ ରାଜପଥ ସଂଲଗ୍ନ ଏହି ରାସ୍ତାଟି ବର୍ଷାଦିନ ଆସିଲେ ଏଭଳି ବିପର୍ଯ୍ୟସ୍ତ ହୋଇପଡେ ଯେ, ସାଧାରଣ ସାଇକେଲ୍ ଆରୋହୀଟିଏ ଯିବାରେ ବହୁ ବାଧାର ସମ୍ମୁଖୀନ ହୁଏ । ଏହି ରାସ୍ତାଟି ଉପରେ ୨ଟି ପଂଚାୟତର ଲୋକେ ନିର୍ଭର କରିଆସୁଛନ୍ତି । ବିଶେଷକରି କଲେଇ ପଂଚାୟତ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଆସୁଥିବାବେଳେ ପ୍ରତ୍ୟେକ ବର୍ଷାଋତୁ ସମୟରେ ଏହି ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇଯାଏ । ପ୍ରତିବର୍ଷ ଏହି ରାସ୍ତାର ମରାମତି ପାଇଁ ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହା ବିପଦଜନକ ହୋଇପଡେ । ତେବେ ଏହି ନିମ୍ନମାନର କାର୍ଯ୍ୟ ଓ ବଡ ଭାରିଯାନ ଯିବାଆସିବା ଫଳରେ ରାସ୍ତାଟିର ଅବସ୍ଥା ଏଭଳି ହୋଇପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଣୁ ଏହି ରାସ୍ତାଟିର ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.