Home ଜିଲ୍ଲା ପରିକ୍ରମା ଶ୍ରାବଣ ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ଭିଡକୁ ଦୃଷ୍ଟିରେ ରଖି...

ଶ୍ରାବଣ ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା

5

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ମାସର ଶେଷ ସୋମବାରରେ ଆଜି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହି ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରବିବାର ଠାରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେଭଳି ସୁରକ୍ଷିତ ଭାବେ କାଉଡିଆମାନେ ନଦୀପାର ହୋଇ ଆସିଲେ ସେଥିପାଇଁ ଘାଟର ଉଭୟ ପାଶ୍ୱର୍ରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା । ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୨ ଜଣ ଅଧିକାରୀଙ୍କ ସହ ୬ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ବାବାଙ୍କ ଉପରେ କାଉଡିଆମାନେ ଜଳଲାଗି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.