Home ଜିଲ୍ଲା ପରିକ୍ରମା କୋଲକାତା ମେଡିକାଲ ଛାତ୍ରୀଙ୍କୁ ଗଣବଳାତ୍କାର ଓ ହତ୍ୟା ନେଇ ଭଦ୍ରକରେ ଡାକ୍ତରଙ୍କ ପ୍ରତିବାଦ, ସୁରକ୍ଷା ନାହିଁ...

କୋଲକାତା ମେଡିକାଲ ଛାତ୍ରୀଙ୍କୁ ଗଣବଳାତ୍କାର ଓ ହତ୍ୟା ନେଇ ଭଦ୍ରକରେ ଡାକ୍ତରଙ୍କ ପ୍ରତିବାଦ, ସୁରକ୍ଷା ନାହିଁ ତ ସେବା ନାହିଁ – ଆଇଏମଏ, ଭଦ୍ରକ ଶାଖା

14

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଲକାତାର ରାଧାଗୋବିନ୍ଦ କର (ଆରଜି କର) ମେଡିକାଲ କଲେଜରେ ଜଣେ ସ୍ନାତକୋତର ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣାକୁ ନେଇ ଆଜି ଭାରତୀୟ ମେଡିକାଲ ସଂଘ, ଭଦ୍ରକ ଶାଖା ପକ୍ଷରୁ ପୂର୍ବ ଘୋଷଣା ମତେ ୨୪ ଘଂଟିଆ ସେବା ବନ୍ଦ ସହ ଆନ୍ଦୋଳନ କରିଛନ୍ତି । କେବଳ ଜରୁରୀ କାଳୀନ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବାର ଡାକରା ଦେଇ ଓମ୍‌ସା ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ପୂର୍ବରୁ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରାଯାଇଥିବାବେଳେ ଆଜି ସନ୍ଧ୍ୟାରେ ଆଇଏମ୍‌ଏ ଭଦ୍ରକ ଶାଖା ପକ୍ଷରୁ ମହମବତୀ ଜାଳି ପ୍ରତିବାଦ କରାଯାଇଛି । ଏବଂ ଜିଲାପାଳ ଦିଲ୍ଲୀପ ରାୟତରାୟଙ୍କ ଜରିଆରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ମାଧ୍ୟମରେ ଯେଉଁ ରାଜ୍ୟରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି, ସେଠିକାର ମୁଖ୍ୟମନ୍ତ୍ରୀ ଜଣେ ମହିଳା ଥିବାବେଳେ ୧୧ ଜଣ ମହିଳା ସାଂସଦ ରହିଛନ୍ତି । ଏଭଳି ସ୍ଥଳେ ସେଠିକାର ଜଣେ ମହିଳା ଡାକ୍ତରଙ୍କୁ ଏପରି ବିଭତ୍ସ ଭାବେ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ସଂଘ ଘୋର ନିନ୍ଦା କରିଛି । ଏପରିକି କୋଲକାତା ହାଇକୋର୍ଟ ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ କେଶ୍‌ଟିକୁ ହସ୍ତାନ୍ତର କରିଛି । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀରବ ରହିବା ସହ ଏଭଳି ଘଟଣାକୁ ଘଂଟ ଘୋଡାଇବା ଦୁର୍ଭାଗ୍ୟ ବୋଲି ସଂଘ କହିଛି । ଏପରି ସ୍ଥଳେ ଡାକ୍ତରମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବାବେଳେ ପ୍ରଧାନମନ୍ତ୍ରୀ ବେଟି ପଢାଓ ବେଟି ବଚାଅ ସ୍ଲୋଗାନକୁ କାର୍ଯ୍ୟରେ ପରିଣତ କରିବାକୁ ନିବେଦନ କରିଛନ୍ତି । ଏହି ମର୍ମରେ ସେମାନଙ୍କ ପ୍ରତି ସୁରକ୍ଷା ନାହିଁ ତ ସେବା ନାହିଁ ବୋଲି ଡାକରା ଦେଇ ଆଜି ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏବଂ ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଚିକିତ୍ସ ସଂଘ, ଭଦ୍ରକ ଶାଖାର ବରିଷ୍ଠ ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ନାୟକ, ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ, ସଂପାଦକ ରଞ୍ଜିତ ଖଟୁଆ, ପ୍ରଦୀପ ନାୟକ, ଝସକେତନ ମହାନ୍ତିଙ୍କ ସମେତ ଓଡ଼ିଶା ସେଲସ୍ ରିପ୍ରେଜେଟିଂଭ୍ ୟୁନିୟନ ସଂଘ (ଅଶ୍ରୁ) ର ସଭାପତି ଦେବକାନ୍ତ ନାୟକ, ସଂପାଦକ ବସନ୍ତ ନାୟକ, ଉପସଭାପତି ଲାଲା ଲଳିତ ନାୟକ, ସରୋଜକାନ୍ତ ନାୟକ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.