Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକସନ୍ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଭଦ୍ରକ ସମେତ ୧୨ଟି...

ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକସନ୍ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଭଦ୍ରକ ସମେତ ୧୨ଟି ସ୍ଥାନରେ ଚଢାଉ

17

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକସନ୍ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ୧୨ ଟି ଜାଗାରେ ଚଢାଉ କରାଯାଇଛି । ଭଦ୍ରକ ଜିଲାର ନିଜ ପୈତୃକ ବାସଭବନ ସମେତ ୩ ଗୋଟି ସ୍ଥାନରେ ଓ ଭଦ୍ରକ ସହରସ୍ଥିତ ଆଚାର୍ଯ୍ୟ ନଗରରେ ଥିବା ୩ ମହଲା ବିଶିଷ୍ଟ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶ୍ରୀ ଲେଙ୍କାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ସେମାନେ ସେଠାରେ ରହୁଥିବା ଭଡାଟିଆଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ କାଗଜପତ୍ର ଯାଂଚ କରିଛନ୍ତି । ସେହିପରି ରାନ୍ଦିଆ ଶାସନସ୍ଥିତ ତାଙ୍କ ସଂପର୍କୀୟଙ୍କ ଘର ଏବଂ ଭଦ୍ରକ ଜିଲାର ଆଗରପଡା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି । ସେଠାରେ କଟକ ଭିଜିଲାନ୍ସର ୭ ଜଣିଆ ଟିମ୍ ଚଢାଉ କରୁଥିବା ଜଣାଯାଇଛି । ତେବେ କେତେ ଟଙ୍କାର ସଂପତି ବାହାରିଛି, ତାହା ଭିଜିଲାନ୍ସ ଟିମ୍ କୌଣସି ସୂଚନା ଦେଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.