Home ଜିଲ୍ଲା ପରିକ୍ରମା ତେଜୁଛି ଆଦାନୀ ପୋର୍ଟ ଓ ମତ୍ସ୍ୟଜୀବୀ ସଂଘର ବିବାଦ, ବିଫଳ ହେଲା ପ୍ରଶାସନିକ ବୈଠକ

ତେଜୁଛି ଆଦାନୀ ପୋର୍ଟ ଓ ମତ୍ସ୍ୟଜୀବୀ ସଂଘର ବିବାଦ, ବିଫଳ ହେଲା ପ୍ରଶାସନିକ ବୈଠକ

12

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରା ଠାରେ ଥିବା ଆଦାନୀ ପୋର୍ଟ ନିଜ ମନମାନୀରେ ଜାହାଜ ଲାଗୁଥିବା ସମୁଦ୍ର ମୁହାଣରେ ଜାଲ ମାଧ୍ୟମରେ ମାଟି ପକାଇ ପାଣିର ଗତିପଥକୁ ବଦଳାଇବା ପୂର୍ବକ ଜନଜୀବନ ସହ ଖେଳ ଖେଳୁଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ ତୀବ୍ରରୂପ ନେଇଛି । ଏହି ଗତିପଥ ବଦଳାଇବା ଦ୍ୱାରା ରବିନ୍ଦ୍ର ନଗର, ଅମର ନଗର, ପ୍ରଦ୍ୟୁତନଗର, ଦୋସିଙ୍ଗା ପଂଚାୟତର ୩ଟି ଗ୍ରାମ ସମେତ ଭଦ୍ରକ ଜିଲାରେ ବନ୍ୟା ସମୟରେ ବନ୍ୟାଜଳ ନିଷ୍କାସିତ ହୋଇନପାରି ସମଗ୍ର ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯିବ ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି । କଂପାନୀ ପ୍ରଥମରୁ ସ୍ଥାନୀୟ ଲୋକମାନଙ୍କ ସହ ଯେଉଁ ସମସ୍ତ ସର୍ତ ରଖିଥିଲା, ସବୁଥିରେ ବିଫଳ ହୋଇଛି । କଂପାନୀ ପାଚେରୀ ନିକଟରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଲହଡି ମାରୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଯାହାକି କଂପାନୀ ପାଇଁ ଫାଇଦା ହେଉଥିବା ସ୍ଥଳେ ସେହିବାଟ ଦେଇ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ଅଡୁଆରେ ପକାଉଛି । ଏହାକୁ ନେଇ କିଛିଦିନ ହେବ କଂପାନୀ କର୍ତୃପକ୍ଷ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ବିବାଦର ସମାଧାନ ପାଇଁ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ଏସ୍‌ଡିପିଓ କାର୍ତିକ ଚନ୍ଦ୍ର ମଲ୍ଲିକ, ଧାମରା ଓ ଧାମରା ମେରାଇନ ଥାନାର ଥାନାଧିକାରୀ, କଂପାନୀ କର୍ତୃପକ୍ଷ, ମତ୍ସ୍ୟଜୀବୀ ସଂଘର କର୍ମକର୍ତାମାନଙ୍କୁ ନେଇ କଂପାନୀ ପରିସରରେ ଏକ ବୈଠକ ବସିଥିଲା । ମାତ୍ର ଏହାର କୌଣସି ସମାଧାନର ବାଟ ବାହାରି ପାରିନଥିଲା । କେବଳ କଂପାନୀ କର୍ତୃପକ୍ଷ ଓ ମତ୍ସ୍ୟଜୀବୀ ସଂଘର ହୋ ହାଲ୍ଲାରେ ବୈଠକ ଶେଷ ହୋଇଥିଲା । ତେବେ ଆଗାମୀ ଦିନରେ ଯଦି କଂପାନୀ କର୍ତୃପକ୍ଷ ସମୁଦ୍ର ମୁହାଣରୁ ଜାଲ ଅପସାରଣ ନକରନ୍ତି, ତେବେ ମତ୍ସ୍ୟଜୀବୀ ସଂଘ ଆଦାନୀ କଂପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବାର ଚେତାବନୀ ଦେଇଛି । ଦେଖିବାକୁ ବାକି ରହିଲା ଜିଲାପାଳ ହଜାର ହଜାର ମତ୍ସ୍ୟଜୀବୀଙ୍କୁ ନ୍ୟାୟ ଦେଉଛନ୍ତି ନା କଂପାନୀକୁ ଅନୁକମ୍ପା ଦେଖାଉଛନ୍ତି । କେବଳ ଯାହା ଜିଲାପାଳଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି ମତ୍ସ୍ୟଜୀବୀମାନେ । ଆଜିର ଏହି ବୈଠକରେ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ବିଜେଡିର ଜିଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, ମତ୍ସ୍ୟଜୀବୀ ଅମର ଜେନା, ବାଞ୍ଛାନିଧି ମହତା, ଅନିଲ ଦାସ, ହେମନ୍ତ ପାତ୍ର, ସମରେଶ ପରିଡା, ସୁରେନ୍ଦ୍ର ମାଝୀ, ଗୋପବନ୍ଧୁ ମାଝୀ, ସୀତାରାମ ମିର୍ଦ୍ଧା, ରଂଜିତ ବେହେରା, ତପନ ପରିଡା ଓ ସର ବେହେରାଙ୍କ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.