Home ଜିଲ୍ଲା ପରିକ୍ରମା ବିଲରେ ପଡି ଚାଷୀର ମୃତ୍ୟୁ

ବିଲରେ ପଡି ଚାଷୀର ମୃତ୍ୟୁ

14

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ଗୋପାଳସାହି ଗ୍ରାମରେ ଜଣେ ଚାଷୀର ଚାଷ କାମ ବେଳେ ପାଣିରେ ପଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ଗୋବିନ୍ଦ ନାୟକଙ୍କ ପୁତ୍ର ଜଗନ୍ନାଥ (ଗୁଲିଆ) (୫୬) ଆଜି ସକାଳେ ଧାନ ରୋଇବା ପାଇଁ ବିଲକୁ ଯାଇ ଦିନ ୨ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଫଳରେ ଘରଲୋକ ତାଙ୍କୁ ଖୋଜିବାକୁ ଯାଇ କେଳାପଡିଆ ନିକଟସ୍ଥ ଚାଷକିଆରୀର ଆଣ୍ଠୁଏ ପାଣିରେ ପଡି ମୃତ୍ୟୁବରଣ କରିଥିବାର ଦେଖିଥିଲେ । ଏ ସଂପର୍କରେ ଧାମନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.