Home ଜିଲ୍ଲା ପରିକ୍ରମା ଉଠାଦୋକାନୀଙ୍କୁ ଥଇଥାନ ଦାବିରେ କଂଗ୍ରେସ ପକ୍ଷରୁ ଦାବିପତ୍ର

ଉଠାଦୋକାନୀଙ୍କୁ ଥଇଥାନ ଦାବିରେ କଂଗ୍ରେସ ପକ୍ଷରୁ ଦାବିପତ୍ର

6

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନ ଉଚ୍ଛେଦ ଅଭିଯାନରେ ଶିକାର ହୋଇଥିବା ଉଠାଦୋକାନୀ ଓ ଛୋଟ ବ୍ୟବସାୟୀଙ୍କୁ ଥଇଥାନ କରିବା ଦାବି ନେଇ ଭଦ୍ରକ କଂଗ୍ରେସ ବିଧାନସଭା ନେତା ଅସିତ୍ ପଟ୍ଟନାୟକଙ୍କ ସହ ବହୁ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । କଂଗ୍ରେସ ପକ୍ଷରୁ ଉଚ୍ଛେଦ ଅଭିଯାନକୁ ସ୍ୱାଗତ କରାଯାଇଛି । ମୁଖ୍ୟରାସ୍ତାର ଦୁଇପାଶ୍ୱର୍ରେ ସରକାରୀ ଜମିରେ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କୁ ହଟାଇଦେବା ଫଳରେ ଜନସାଧାରଣଙ୍କ ଯାତାୟତ ସହଜ ଓ ସୁଗମ ହୋଇଛି । ତେବେ ଭଦ୍ରକ ଏକ ଭାଇଚାରା ର ସହର ହୋଇଥିବାରୁ ଏଠାରେ ଉଭୟ ସମ୍ପ୍ରଦାୟର ବ୍ୟବସାୟୀ ଶାନ୍ତିଶୃଙ୍ଖଳାର ସହ ବେପାର କରି ନିଜ ଜୀବିକା ନିର୍ବାହ କରୁଥିଲେ । ଉଚ୍ଛେଦ ପରେ ଏମାନଙ୍କ ପରିବାର ଆର୍ଥିକ ଅନାଟନରେ ସମ୍ମୁଖୀନ ହୋଇପଡିଛି । କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ସେମାନଙ୍କ ପରିବାରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଉଚ୍ଛେଦ ପରେ ଗରିବ ଉଠାଦୋକାନୀ ଓ ବ୍ୟବସାୟୀଙ୍କୁ ଠିକ୍ ଭାବେ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବାକୁ ନିବେଦନ କରାଯାଇଛି । ଏଥିରେ ବ୍ୟତିକ୍ରମ ଘଟିଲେ କଂଗ୍ରେସ ଦଳ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । କଂଗ୍ରେସନେତା ଅସିତ୍ ପଟ୍ଟନାୟକଙ୍କ ନେତୃତ୍ୱରେ ରାଧାକାନ୍ତ ସାମଲ, ଶୁଭେନ୍ଦୁ ରାୟ ମହାପାତ୍ର, ଅଶ୍ୱିନୀ ରଣା, ପ୍ରଫୁଲ୍ଲ କୁମାର ସାମଲ, କାଉନିଲର ହେମନ୍ତ କୁମାର ସାହୁ, ରାଜେନ୍ଦ୍ରପ୍ରସାଦ ଜେନା, ସନିଆ ନନ୍ଦ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରକୁ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.