Home ଜିଲ୍ଲା ପରିକ୍ରମା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ

18

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକାଶ ଥାଉକି ବିଗତ ୨୦୧୧ ମସିହା ଜାନୁଆରୀ ୨୨ ତାରିଖରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । +୨ ରେ ଦୁଇଥର ( ପ୍ରଥମେ +୨ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ପରେ +୨ ଧନ୍ଦାମୂଳକ ଓ ଉପଶାସ୍ତ୍ରୀ) ପାସ୍ କରି ନିଯୁକ୍ତି ପାଇଥୁବା ଶିକ୍ଷା ସହାୟକଙ୍କ ବିରୁଦ୍ଧରେ ବହୁ ମେଧାବୀ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚତମ ନ୍ୟାୟାଳୟରେ କେସ୍ ନମ୍ବର ୧୮୭୦୬/୨୦୧୫ ରେ ଦ୍ୱାରସୁ ହୋଇଥିଲେ । ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ବେଳେ ଭଦ୍ରକ ଶିକ୍ଷା ବିଭାଗ ସେମାନଙ୍କୁ ଘଂଟ ଘୋଡାଇ ସର୍ତମୂଳକ ଭାବେ ନିଯୁକ୍ତି ଦେଇଥିଲେ । ଜିଲ୍ଲାରେ ଶହେରୁ ଅଧିକ ଶିକ୍ଷକ ଏହିଭଳି ଭାବେ + ୨ ରେ ଦୁଇ ଥର ପାସ୍ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରିଆସୁଛନ୍ତି । ଏମାନଙ୍କ ମ୍ମରୁ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ସି.ଆର୍.ସି.ସି. ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଦୀର୍ଘ ୧୩ ବର୍ଷ ଧରି ରଂଚକତା କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କୁ ମେଧା ତାଲିକାରୁ ବାଦ୍ ଦେଇ ଆଶାୟୀ ଶିକ୍ଷା ସହାୟକମାନଙ୍କର ନାମ ପୂନର୍ବାର ମେଧା ତାଲିକାରେ ପ୍ରକାଶ ପାଇଁ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟା ଗତ ୨୮.୦୭,୨୦୨୪ ମଧ୍ୟରେ ଶେଷ କରିବା ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସି ରହିଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆଶାୟୀପ୍ରାର୍ଥୀମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଳଜଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇ ଗତ ଜୁନ୍ ୨୯ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ । ଏହାକୁ ସହୃଦୟତାର ସହ ବିଚାର କରି ଜିଲ୍ଲାପାଳ ଗତ ୧୦,୦୭, ୨୦୨୪ ରିଖରେ ଜିଲ୍ଲାପ୍ରକଳ୍ପ ସଂଯୋଜକଙ୍କୁ ଏହାକୁ ଚଳିତ ମାସ ୨୮ ତାରିଖ ସୁଦ୍ଧା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହୋଦୟ ଏହାକୁ ନ ମାନି ଚୁପ୍ ବସି ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହା ପ୍ରରୋଚନାରେ ଜିଲ୍ଲାପ୍ରକଳ୍ପ ସଂଯୋଜକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ ନକରିବା ଏବଂ ନକଲି ଶିକ୍ଷକମାନଙ୍କୁ ଘଂଟଘୋଡାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ଆଲୋଚନାର ବିଷୟ ହୋଇଛି । ଜିଲ୍ଲାପାଳଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନେ ଗତ ୨୨.୦୭.୨୪ ରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିରହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାକାରୀ ମହାଦୟ ଅନଶନ ସ୍ଥଳରେ ପହଁଚି ଆଶାୟୀ ପ୍ରାର୍ଥୀମାନଙ୍କୁ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥିବାର ମିଥ୍ୟା ପ୍ରତିଶୃତି ଦେଇ ଅନଶନକୁ ଭଣ୍ଡୁର କରିଦେଇଥିଲେ । ଏହାର ପ୍ରତିବାଦରେ ଆଜିଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.