Home ଜିଲ୍ଲା ପରିକ୍ରମା କାର୍ଗିଲ ବିଜୟ ଦିବସ ଅବସରରେ ମୋଟର ସାଇକେଲ୍ ଶୋଭାଯାତ୍ରା, ସାମିଲ ହେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

କାର୍ଗିଲ ବିଜୟ ଦିବସ ଅବସରରେ ମୋଟର ସାଇକେଲ୍ ଶୋଭାଯାତ୍ରା, ସାମିଲ ହେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

11

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାର୍ଗିଲ ଯୁଦ୍ଧର ଗୌରବମୟ ଇତିହାସ ରଚନା କରିଥିବା ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଦେବା ଉଦ୍ଦେଶ୍ୟରେ ଧାମନଗରରେ କାର୍ଗିଲ ବିଜୟ ଦିବସ ତଥା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଧାମନଗର ବଜାରରୁ ଶତାଧିକ ମୋଟର ସାଇକେଲ୍ ଶୋଭାଯାତ୍ରାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାହାରି ଦୋବଲ ବଜାର ଖଡିପଦା ହୋଇ ସେଣ୍ଢପୁର ଠାରେ ପହଂଚିଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ସୁରଜ ନିଜର ଅଦମ୍ୟ ସାହସ ଓ ବୀରତ୍ୱ ଦ୍ୱାରା କାର୍ଗିଲ ଭାରତର ବିଜୟ ଧ୍ୱଜା ଉଡାଇଥିବା ବୀର ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଦାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା କୈଳାସ ମହାପାତ୍ର, ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ପତି, ଦୀପ୍ତିରଂଜନ ଜେନା, ରାମଚନ୍ଦ୍ର ମିଶ୍ର, ଅଜୟ ବଳ, ଅରବିନ୍ଦ ପତି, ମନୋରଂଜନ ମଲ୍ଲିକ, ଅଶୋକ ପୁହାଣ, ପ୍ରମୋଦ ସୂତାର, ସରୋଜ ମହାପାତ୍ର ଓ ରଣଜିତ୍ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପଂଚାୟତରୁ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.