Home ଜିଲ୍ଲା ପରିକ୍ରମା ‘ପ୍ରେମ ପୃଥିବୀ’ରେ ବନ୍ଧୁମିଳନ ଓ ପାଠାଗାର ଲୋକାର୍ପଣ

‘ପ୍ରେମ ପୃଥିବୀ’ରେ ବନ୍ଧୁମିଳନ ଓ ପାଠାଗାର ଲୋକାର୍ପଣ

14

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୃଜନଶୀଳତାର ପୃଥକ ପରିଭାଷା ସମ୍ବଳିତ ସାହିତ୍ୟ ପତ୍ରିକା ‘ପ୍ରେମ ପୃଥିବୀ’ ତରଫରୁ ନବବର୍ଷ ଅବସରରେ ଆଖଣ୍ଡଳମଣି ଛକ ସ୍ଥିତ ପ୍ରାଚୀନଗରର ପ୍ରେମନଗର ପରିସରରେ ଏକ ଆତ୍ମୀୟ ବନ୍ଧୁମିଳନରେ ନବନର୍ମିତ ଡ. କୃଷ୍ଣ ଚରଣ ବେହେରାଙ୍କ ସ୍ମୃତି ପାଠାଗାରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କଥାକାର ପରବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ସମ୍ପାଦକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ ପାଠାଗାରର ଲୋକାର୍ପଣ କରିଥିଲେ । ବରେଣ୍ୟ ଅତିଥି ଡ. ବ୍ରଜମୋହନ ମିଶ୍ର, ବରିଷ୍ଠ ପ୍ରଶାସକ ତଥା କବି ମଧୁସୂଦନ ଦାଶ ଓ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ପ୍ରମୁଖ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଓ ବିଶିଷ୍ଟ ସାରସ୍ୱତ ସାଧକ ଡ. କୃଷ୍ଣ ଚରଣ ବେହେରାଙ୍କ ତୈଳଚିତ୍ର ଉନ୍ମୋଚନ କରି ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ୍ ଶରତ କୁମାର ନାୟକ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲା ବେଳେ ଅନୁବାଦକ ଅନ୍ତର୍ଯାମୀ ମହାରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ । ଇଂ ପତିତପାବନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ସ୍ୱର୍ଗତ ମହାପାତ୍ର ଓ ଡ. ବେହେରାଙ୍କ ଉଦ୍ଦେଶ୍ୟରେ କବି ସୁଚିତ୍ରା ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ପଣ୍ଡା, ପତିତପାବନ ପାଣି, ଚିତ୍ତରଂଜନ ବେହେରା, ଯୋଗେଶ ଦାସ, ଭରତ ଚନ୍ଦ୍ର ଦାଶ ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଅତିଥିମାନଙ୍କ ଦ୍ୱାରା କବି ଅଶୋକ ନାୟକଙ୍କ ବ୍ୟଙ୍ଗ ପୁସ୍ତକ ‘ମନ ବିରସ ହସିବା ଆସ’, ବିକାଶ ଦାଶ ମନ୍ଦାକିନୀ ଶତପଥୀଙ୍କ ସଂପାଦିକ କବିତା ସଂକଳନ ‘ପ୍ରେମବର୍ଷାର ଅନନ୍ୟ ମହ୍ଲାର’, ଚନ୍ଦ୍ରିକା ରାଣୀ ପଣ୍ଡାଙ୍କ ପ୍ରବନ୍ଧ ପୁସ୍ତକ ‘ଜିଜ୍ଞାସାର ପ୍ରଥମ ପାଦଚିହ୍ନ’, ଅଧିବକ୍ତା ଚିତ୍ତରଂଜନ ବରାଳଙ୍କ ସଂକଳିତ ‘ସ୍ମୃତିରେ ସଂଗ୍ରାମୀ’, ଓ ସାରଥି ପଣ୍ଡାଙ୍କ ପୁସ୍ତକ ‘ଘଣ୍ଟା’ ପାଠକାର୍ପିତ ହୋଇଥିଲ । ‘ପ୍ରେମ ପୃôଥବୀ’ର ସମ୍ପାଦକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସମ୍ପାଦିତ ‘ପ୍ରେମପତ୍ର’ ପୁସ୍ତକର ପାଠକାର୍ପଣ ପରେ ସାରଥି ପଣ୍ଡା ଆଲୋଚନା କରିଥିଲେ । ଏହି ଅନ୍ତରଂଗ ଆସରରେ ଭଦ୍ରକର ବହୁ ବୁଦ୍ଧିଜୀବୀ, ସାରସ୍ୱତ ସାଧକ ଓ ସାମ୍ବାଦିକ ଯୋଗ ଦେଇଥିଲେ । ସାମ୍ବାଦିକ ଅବକାଶ ପଣ୍ଡା ଓ ସଂଗ୍ରାମ ସେନାପତି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.