Home ଜିଲ୍ଲା ପରିକ୍ରମା ସଚ୍ଚିତାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ରାଧାଗୋବିନ୍ଦ କ୍ଲବ୍ ଚମ୍ପିୟାନ

ସଚ୍ଚିତାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ରାଧାଗୋବିନ୍ଦ କ୍ଲବ୍ ଚମ୍ପିୟାନ

25

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଦୁଇଦିନ ଧରି ଚାଲିଥିବା ସଚ୍ଚିତାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚ୍‌ରେ ଡେଲ୍‌ଟା ଏକ୍ସଆଇ ଚରମ୍ପା ଟସ୍ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୯ ଓଭରରେ ହିଁ ସମସ୍ତ ୱିକେଟ୍ ହରାଇ ୮୪ ଜଣ କରିବାରେ ସମର୍ଥ ହୋଇଥିଲେ । ତେବେ ୮୫ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଜଗନ୍ନାଥପୁରର ରାଧାଗୋବିନ୍ଦ କ୍ଲବ୍ ପ୍ରତିପକ୍ଷକୁ ୬ ଓଭରରେ ୩ ୱିକେଟ୍ ହରାଇ ଧାର୍ଯ୍ୟ ସ୍କୋର ପୂରଣ କରିଥିଲେ । ଏଥି ଉପଲକ୍ଷେ ଫାଇନାଲ ମ୍ୟାଚ୍‌ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରା ଆଥଲେଟ୍ ରାଖାଲ ସେଠୀ ଯୋଗଦେଇ ବିଜେତା ଦଳକୁ ୧୦ ହଜାର ଓ ଟ୍ରଫି ପ୍ରଦାନ କରିଥିବାବେଳେ ରନର୍ସଅପ୍ ଟିମ୍‌କୁ ଭଦ୍ରକ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ବିଷ୍ଣୁମୋହନ ମହାପାତ୍ର ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ କ୍ଷମାସାଗର ପଣ୍ଡାଙ୍କୁ ଆୟୋଜକ ଜ୍ୟୋତିପ୍ରକାଶ ମହାନ୍ତି ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଫ୍ଲଡ୍ ଲାଇଟ୍‌ରେ ମିଡିଆ ଏକାଦଶ ଓ ଆଇନ୍‌ଜୀବୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଇନ୍‌ଜୀବୀ ଏକାଦଶ ବିଜୟଲାଭ କରିଥିଲା । ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିବାରୁ ଜଗନ୍ନାଥପୁର କ୍ରିକେଟ୍ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଆୟୋଜକ ଶ୍ରୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.