Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ସଭାପତି ସ୍ୱର୍ଗତଃ ଦିଲ୍ଲୀପ ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

ଭଦ୍ରକ ଓକିଲ ସଂଘର ସଭାପତି ସ୍ୱର୍ଗତଃ ଦିଲ୍ଲୀପ ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

42

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ବେନ୍ତାଳ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତଃ ଦିଲ୍ଲୀପ ମହାପାତ୍ରଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ତୈଳଚିତ୍ର ଅନାବରଣ ସମାରୋହ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ଭଦ୍ରକ ଓକିଲ ସଂଘର ସଭାପତି ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଯୋଗଦେଇ ସ୍ୱର୍ଗତଃ ମହାପାତ୍ରଙ୍କ ଲୋକପ୍ରିୟତା ବିଷୟରେ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ଉପରେ ବିଚକ୍ଷଣ ଧୀଶକ୍ତି ସଂପନ୍ନ ଅଧିବକ୍ତା ଦୃଢ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ ତାଙ୍କ ସହ ଥିବା ବ୍ୟକ୍ତିଗତ ସଂପର୍କ ଉପରେ ଆଲୋକପାତ କରିଥିଲେ । ଉପସଭାପତି ମନୋରଂଜନ ଦାସ ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅରୁଣ ଚାନ୍ଦ, ପବନ ଶର୍ମା, ଗଦାଧର ବଳ, ବିଷ୍ଣୁମୋହନ ମହାପାତ୍ର, ଗିରିଧାରୀ ନାଥ, ସୂର୍ଯ୍ୟକାନ୍ତ କୁଅଁର, ପ୍ରଫୁଲ୍ଲ ସାମଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପ୍ରଦୀପ ଜେନା ପ୍ରମୁଖ ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.