Home ଜିଲ୍ଲା ପରିକ୍ରମା ‘ଘାସଫୁଲ’ ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ

‘ଘାସଫୁଲ’ ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ

57

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ଓ ସଂସ୍କୃତି ପତ୍ରିକା ଘାସଫୁଲ ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଭଦ୍ରକ ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସାହିତ୍ୟ ସାଧନା, ରାଷ୍ଟ୍ରପ୍ରୀତି, ବାଗ୍ମିତା ଏବଂ ଦୂରଦୃଷ୍ଟି ସଂପନ୍ନ ବୈଦେଶିକ ନୀତି ସଂପର୍କରେ ଆଲୋକପାତ କରି ତାଙ୍କୁ ସମଗ୍ର ଦେଶ ମନେ ରଖିବ ବୋଲି ମତବ୍ୟକ୍ତ କରିଥିଲେ । ସେବା ନିବୃତ୍ତ ଅଧ୍ୟକ୍ଷ କୀର୍ତ୍ତନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବଣାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ରାଉତ, ପ୍ରଫେସର ଡ. ଗୋଲକ ବିହାରୀ ସାହୁ, ପଣ୍ଡିତ ଦୈତ୍ୟାରି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରାକ୍ତନ ସମିତି ସଭ୍ୟ ବୁଦ୍ଧଦେବ ଜେନା ମଂଚ ଆହ୍ୱାନ କରିଥିବାବେଳେ ସାମ୍ବାଦିକ ବୈକୁଣ୍ଠନାଥ ସାହୁ ଅତିଥି ପରିଚୟ ଓ ଶ୍ରୀହର୍ଷ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ସଂଗୀତକାର ରୁଦ୍ରମାଧବ ଏବଂ ସାଥୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ ଏବଂ ମୁରୁଜ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଘାସଫୁଲ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଘାସଫୁଲର ପରିଚାଳନା ସଂପାଦକ ବ୍ୟୋମକେଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ବିଜେପି ଜିଲା ସଭାପତି ହେମନ୍ତ ପାଢୀ, ଡାକ୍ତର ପ୍ରଦୀପ ନାୟକ, ସଂଜୀବ ଦାସ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନାରାୟଣ ସାହୁ, ଶିକ୍ଷାବିତ୍ ଶାନ୍ତନୁ ରାଉତ, ଅଧିବକ୍ତା ଗଦାଧର ବଳ, କବି ବିପ୍ଳବ ହୋତା, ଚିତ୍ରଶିଳ୍ପୀ ଚୂଡାମଣି ଦାସ, ଶରତ ପଢିଆରୀ, ପ୍ରଭାତ ମହାନ୍ତି, ଅମ୍ବିକା ଦାସ, ଜଗନ୍ନାଥ ଦାସ, ରତିକାନ୍ତ ଦାସ, ଜୟନ୍ତ ନାୟକ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋଲକ ପଣ୍ଡା, ସାହିତ୍ୟିକ ରାମଚନ୍ଦ୍ର ମିଶ୍ର, ପ୍ରାକ୍ତନ ଜିଲା ପରିଷଦ ସଭ୍ୟା ଉମାମଣି ସାହୁ, ସୁମିତ୍ରା ପାଣି ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.