ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତ ସ୍ତରୀୟ ମହାସଂଘରେ ବିବାଦ ଉପୁଜୁ ଅଛି । ମହାସଂଘର ଦୁଇଗୋଷ୍ଠୀ ମଧ୍ୟରେ ଏହି ମତଭେଦକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । ଗତକାଲି ମହାସଂଘର କେତେକ ସଦସ୍ୟା ଗୋଟିଏ ଗୋଷ୍ଠୀ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଅନ୍ୟ ଏକ ଗୋଷ୍ଠୀର କେତେକ ସଦସ୍ୟା ସେମାନଙ୍କ ବିରୁଦ୍ଧରେ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ନେଇ ଆଜି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଶାସନ ତରଫରୁ ଡ଼େପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗପତ୍ରରେ ଦର୍ଶାଇଛି ଯେ ନୂଆଗାଁ ପଂଚାୟତର ମିଶନ ଶକ୍ତି କେନ୍ଦ୍ରରେ ୨୦୧୮ ରୁ ୨୦୨୨ ମସିହା ଆର୍ଥିକ ବର୍ଷ ମଧ୍ୟରେ ହୋଇଥିôବା ଦୁର୍ନୀତିରେ ସମ୍ପୃକ୍ତ ଥିବା ସି.ଆର୍.ପି.ମାନେ ନୂଆ ନିଯୁକ୍ତ ସମ୍ପାଦିକାଙ୍କୁ ମହାସଂଘର ଆର୍ଥିକ କାରବାରର ହିସାବ ଦେଉନାହାନ୍ତି । ଯାହା ଫଳରେ ଆର୍ଥିକ କାରବାରର ସଠିକ୍ ହିସାବ ମିଳି ପାରୁନାହିଁ । ସଦସ୍ୟାମାନଙ୍କ ମଧ୍ୟରେ ଏକ ସନ୍ଦେହର ବାତାବରଣ ସୃଷ୍ଟି ହୋଇ ବିଭିନ୍ନ ସମସ୍ୟା ଉପୁଜୁଛି । ଅନ୍ୟ ପକ୍ଷରେ କେନ୍ଦ୍ରର ଏମ୍.ବି.କେ. ଦାୟିତ୍ୱରେ ଥିବା ମହିଳା ଜଣଙ୍କର ସ୍ୱାମୀ ଜଣେ ବିରୋଧ ଦଳର ପ୍ରମୁଖ ନେତା ହୋଇଥିବାରୁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ଓ ବିଭିନ୍ନ ଯୋଜନାକୁ ପଂଚାୟତରେ ଫଳପ୍ରଦ କରାଇ ନ ଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି । ମିଶନଶକ୍ତି କେନ୍ଦ୍ରରେ ୨୦୧୮ ରୁ ୨୦୨୨ ମଧ୍ୟରେ ହୋଇଥିବା ଅନିୟମିତା ଓ ଦୁର୍ନୀତି ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ସଦସ୍ୟାମାନେ ହେଲେ ସାବିତ୍ରୀ ମଙ୍ଗୁଆଳ, ସୁଶ୍ରୀସଙ୍ଗୀତା ମଙ୍ଗୁଆଳ, ସୁଧାରାଣୀ ନାୟକ, ଝାନ୍ସିରାଣୀ ନାୟକ, ଉମା ମଲ୍ଲିକ, ନିବେଦିତା ମହାକୁଡ଼, ସରସ୍ୱତୀ ବାରିକ ।
Home ଜିଲ୍ଲା ପରିକ୍ରମା ନୂଆଗାଁ ପଂଚାୟତ ମିଶନ ଶକ୍ତି ବିରୁଦ୍ଧରେ ଥିବା ଅଭିଯୋଗ ଗୁଡ଼ିକର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ...