Home ଜିଲ୍ଲା ପରିକ୍ରମା ଡାକ୍ତରଙ୍କ ଅବହେଳାରୁ ମା’ଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ କଲେ ପୁତ୍ର, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ଡାକ୍ତରଙ୍କ ଅବହେଳାରୁ ମା’ଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ କଲେ ପୁତ୍ର, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ପୁଲିସ୍ ମୁତୟନ

19

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ବର୍ଷିୟାନ ମହିଳାଙ୍କର ମୃତ୍ୟୁ ହେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ତେବେ ଏ ସଂପର୍କରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାର ପକ୍ଷରୁ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ନିକଟରେ ତାଙ୍କ ପୁତ୍ର ମନୋଜ ମହାନ୍ତି ଓ ସ୍ଥାନୀୟ ଅଂଚଳର ବହୁ ବାସିନ୍ଦା ଅଭିଯୋଗ କରିଛନ୍ତି । ମହିଳାଙ୍କ ପୁତ୍ରଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ୨.୩୦ ସମୟରେ ଚରମ୍ପା ଡଗରାସାହି ଅଂଚଳର ବିଜୟଲକ୍ଷ୍ମୀ ମହାନ୍ତି (୭୪) ଆଜ୍‌ମା ରୋଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେ ସମୟରେ ବର୍ହିଃ ବିଭାଗରେ କୌଣସି ଡାକ୍ତର ନଥିାଇ ତାଙ୍କ ଚିକିତ୍ସାରେ ଅବହେଳା ହୋଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ୪୫ ମିନିଟ୍ ପରେ ଡାକ୍ତର ପହଞ୍ôଚ ତାଙ୍କର ଚିକିତ୍ସା କରି ଅକ୍ସିଜେନ୍‌ର ଆବଶ୍ୟକତା ପଡିବାରୁ ତାହା ଦିଆଯାଇଥିଲା । ପରେ ତାଙ୍କୁ ୩ ତାଲା ୱାର୍ଡକୁ ଏକ ଭଂଗା ଷ୍ଟ୍ରେଚର ଯୋଗେ ନିଆଯାଇଥିଲା । ତେବେ ସ୍ଥାନାନ୍ତରିତ ସମୟରେ ପୀଡିତାଙ୍କ ଦେହରୁ ଅକ୍ସିଜେନ୍ କାଢି ନିଆଯାଇଥିଲା । ଫଳରେ ସିଡିରେ ଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତ୍ର ମନୋଜ ମହାନ୍ତି ଅତିରିକ୍ତ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ଅବଗତ ଥିବାର ଜଣାପଡିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଅବଗତ ହେବା ପରେ ଅତିରିକ୍ତ ଜିଲାପାଳ ଏହାର ଏକ ବିଧିବଦ୍ଧ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.