Home ଜିଲ୍ଲା ପରିକ୍ରମା ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

16

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ପ୍ରାଚାର୍ଯ୍ୟ ରଶ୍ମିତା ସାହୁଙ୍କ ତତ୍ତ୍ୱାବଧାନରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ମୃତି ଦିବସ ପାଳନ ଅବସରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୁନିତା ଦାସ, ଶ୍ରଦ୍ଧାଞ୍ଜଳି ମିଶ୍ର, ହରପ୍ରିୟା ସେଠୀ, କଲ୍ୟାଣୀ ସାହୁ ପ୍ରମୁଖ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୌସ୍ୱାମୀ, ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ଦିଲ୍ଲୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଏହି ଦିବସ ସମ୍ବନ୍ଧୀୟ ନିଜର ଅନୁଭୂତିକୁ ବାଣ୍ଟିଥିଲେ । ଏହି ସଭାରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଏବଂ ଅଭିଭାବକମାନଙ୍କ ସହଯୋଗରେ ଏହି ସଭାଟି ସୂଚାରୁ ରୂପେ ପାଳିତ ହୋଇଥିଲା । ଧରଣୀଧର ପରିଡା, ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ସୁକାନ୍ତି ମିଶ୍ରଙ୍କ ସଂଯୋଜନାରେ ଏହି ସ୍ମୃତି ଦିବସ ପାଳନ କରାଯାଇଥିଲା । ଅନୁଷ୍ଠିତ ସଭାରେ ଜୟନ୍ତୀ ପରିଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତମ୍ ସଂଗୀତ ପରିବେଷଣ କରାଯାଇଥିଲା । ଜୟଶ୍ରୀ ପାଢୀ, ତରୁଣ ଜେନା, ସତ୍ୟବ୍ରତ ଗାହାଣ, ସ୍ୱର୍ଣ୍ଣଲତା ଦାସଙ୍କ ତତ୍ତ୍ୱାବଧାନରେ ଦେଶଭକ୍ତି ଗୀତ ଓ ନାଚ ପିଲାମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଶେଷରେ ମନୋଜ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.