Home ଜିଲ୍ଲା ପରିକ୍ରମା ରିଟେଲରଙ୍କ ମେସିନରେ ଚାଉଳ ପରିମାଣ ଲୋର୍ଡ଼ ବେଳେ ଯାନ୍ତ୍ରିକ ତ୍ରୁଟି, ୧୬ କୁଇଣ୍ଟାଲ ୩୦ କେଜିକୁ...

ରିଟେଲରଙ୍କ ମେସିନରେ ଚାଉଳ ପରିମାଣ ଲୋର୍ଡ଼ ବେଳେ ଯାନ୍ତ୍ରିକ ତ୍ରୁଟି, ୧୬ କୁଇଣ୍ଟାଲ ୩୦ କେଜିକୁ ୩୨ କୁଇଣ୍ଟାଲ ୬୦ ଲୋର୍ଡ଼କୁ ସଂଶୋଧନ ପାଇଁ ଦାବି

37

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି ବ୍ଲକ ଅଧିନ ବିଲଣା ପଞ୍ଚାୟତର ରିଟେଲର ଗୋବର୍ଦ୍ଧନ ବିଶ୍ୱାଳ ରିଟେଲର ମେସିନରେ ଚାଉଳ ପରିମାଣ ଲୋର୍ଡ଼ କରିବା ବେଳେ ସର୍ଭର ଡାଉନ ରହିଥିଲା । ଯାହାଫଳରେ ମେସିନରେ ୧୬ କୁଇଣ୍ଟାଲ ୩୦ କେଜି ଚାଉଳ ଲୋର୍ଡ଼ ହେବା ବେଳେ ୩୨ କୁଇଣ୍ଟାଲ ୬୦ କେଜି ଲୋର୍ଡ଼ ହୋଇ ଯାଇଥିଲା । ଯାହାଫଳରେ ରିଟେଲରଙ୍କୁ ତାଙ୍କ ପାଇବା କୁଟା ୧୬ କୁଇଣ୍ଟାଲ ୩୦ କେଜି ଚାଉଳ ଦିଆନଯାଇ ୧୫ କୁଇଣ୍ଟାଲ ୭୩ କେଜି ବାଦ୍ ଦେଇ ୧ କୁଇଣ୍ଟାଲ ୭ କେଜି ଦିଆଯାଇଥିଲା । ଯାହାଫଳରେ ରିଟେଲର ସମସ୍ତ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିନପାରି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏ ସମ୍ପର୍କରେ ରିଟେଲର ଶ୍ରୀ ବିଶ୍ୱାଳ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଯେଉଁଥିପାଇଁ ରିଟେଲର ଶ୍ରୀ ବିଶ୍ୱାଳ ରାଜ୍ୟ ଯୋଗାଣ ମନ୍ତ୍ରୀ, ୫-ଟି ସଚିବ, ଜିଲାପାଳ, ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି । ରିଟେଲର ଶ୍ରୀ ବିଶ୍ୱାଳଙ୍କ ଅଧିନରେ ୪୮ଟି ଅନ୍ତ୍ୟୋଦୟ ଯୋଜନାରେ କାର୍ଡ଼ ରହିଛି । ହିତାଧିକାରୀମାନଙ୍କ ପାଇଁ ପ୍ରତି ମାସ ୧୬ କୁଇଣ୍ଟାଲ ୮୦ କେଜି ଚାଉଳର ଅବଶ୍ୟକତା ଅଛି ।

ତେବେ ୨୦୨୩ ଏପ୍ରିଲ, ମଇ ଓ ଜୁନ୍ ତିନିମାସର ୫୦ କୁଇଣ୍ଟାଲ ୪୦ କେଜି ଚାଉଳ ବଣ୍ଟନ ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟ୍ରାଭଲିଂ ଏଜେଣ୍ଟ ଦେବା କଥା । ମାତ୍ର ଟ୍ରାଭଲିଂ ଏଜେଣ୍ଟ ମଇମାସ ୫ ତାରିଖରେ ମଇ ଓ ଜୁନ୍ ୨ମାସର ୧୬ କୁଇଣ୍ଟାଲ ୮୦ କେଜି ଲେଖାଏଁ ୩୩ କୁଇଣ୍ଟାଲ ୬୦ କେଜି ଓ ଏପ୍ରିଲ ମାସର ମାତ୍ର ୧ କୁଇଣ୍ଟାଲ ୭ କେଜି ସହ ମୋଟ ୩୪ କୁଇଣ୍ଟା ୬୭ କେଜି ଚାଉଳ ପଠାଇଥିଲେ । ଏପ୍ରିଲ ମାସର ଗତ ଅଗଷ୍ଟ ୨୦୨୨ରୁ ରହି ଆସୁଥିବା ଭୁଲ୍ ଷ୍ଟକ୍ ୧୫ କୁଇଣ୍ଟାଲ ୭୩ କେଜି ଚାଉଳକୁ ବାଦ୍ କରି ୧ କୁଇଣ୍ଟାଲ ୭ କେଜି ପଠାଇବାରୁ ପ୍ରାୟ ୧୫ଜଣ ହିତାଧିକାରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ତେବେ ରିଟେଲର ଶ୍ରୀ ବିଶ୍ୱାଳଙ୍କ ପାଖରେ ୧୫ କୁଇଣ୍ଟାଲ ୭୩ କେଜି ଚାଉଳ ଷ୍ଟକ୍ ପୂର୍ବରୁ ନଥିଲା କି ଏବେ ମଧ୍ୟ ନାହିଁ । ତେବେ ଏହି ତ୍ରୁଟିକୁ ୭ଦିନ ମଧ୍ୟରେ ସଂଶୋଧନ କରି ତୁରନ୍ତ ଆବଶ୍ୟକୀୟ ହିତାଧିକାରୀଙ୍କ ପାଇଁ ସଂପୂର୍ଣ୍ଣ ଚାଉଳ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ନଚେତ ରିଟେଲର ଶ୍ରୀ ବିଶ୍ୱାଳ ବାଧ୍ୟ ହୋଇ ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମେସିନ ତ୍ରୁଟି ହେବାର ବହୁ ବିଳମ୍ବରେ ରିଟେଲର ଜଣାଇଲେ । ସେତେବେଳକୁ ସମସ୍ତ ଡାଟା ଓଡ଼ିଶା ଯୋଗାଣ ବିଭାଗକୁ ଯାଇ ସାରିଥିଲା । ତେବେ ତ୍ରୁଟିର ସଂଶୋଧନ ପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.